Latest Odisha News

BREAKING NEWS

ଧାୱନ ଆଘାତପ୍ରାପ୍ତ, ଆଗାମୀ ୨ଟି ମ୍ୟାଚରୁ ଓହରିଲେ

ଚଣ୍ଡୀଗଡ: ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସର ଅଧିନାୟକ ଶିଖର ଧାୱନ ଆଘାତ ସମସ୍ୟା ଯୋଗୁ ଆଗାମୀ ୨ଟି ମ୍ୟାଚରୁ ଓହରି ଯାଇଛନ୍ତି । ପଞ୍ଜାବର କୋଚ ସଞ୍ଜୟ ବାଙ୍ଗର ଏହା ପୃଷ୍ଟି କରିଛନ୍ତି । ଶିଖରଙ୍କ କାନ୍ଧରେ ଆଘାତ ଲାଗିଛି ବୋଲି ସେ କହିଛନ୍ତି । ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଶିଖର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିବା ବେଳେ ସାମ କରନ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ଏପ୍ରିଲ ୧୮ରେ ମୁମ୍ବାଇ ଓ ୨୧ରେ ଗୁଜରାଟ ଟାଇଟାନ୍ସ ବିପକ୍ଷ ମୁକାବିଲାରେ ସେ ଖେଳି ନ ପାରନ୍ତି । ଚଳିତ ସିଜନରେ ପଞ୍ଜାବର ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହି ନାହିଁ । ଦଳ ୬ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟ ହାସଲ କରିଛି ।

ଶିଖର ୫ଟି ମ୍ୟାଚରେ ୧୨୫.୬୧ ଆଭରେଜରେ ଗୋଟିଏ ଅର୍ଦ୍ଧଶତକ ସହ ଟପ ସ୍କୋରର ରହିଛନ୍ତି । ଶିଖରଙ୍କ ଅନୁପସ୍ଥିତି ପଞ୍ଜାବକୁ ଅସୁବିଧାରେ ପକାଇବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.