Latest Odisha News

BREAKING NEWS

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସଜେଇ ହେଲାଣି ଢେଙ୍କାନାଳ

ଢେଙ୍କାନାଳ : ରାତି ପାହିଲେ ମା‘ ଗଜଲକ୍ଷ୍ମୀଙ୍କ ପୂଜା । ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ମା’ଙ୍କ ପୂଜାକୁ ନେଇ ଉତ୍ସବମୁଖର ସାରା ସହର। ଢେଙ୍କାନାଳ ଜିଲ୍ଲାରେ ମା’ଙ୍କ ପୂଜାକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି  । ବାଉଁଶରେ ହେଉଛି ସାଜସଜା l ଆଜିକୁ ୭୫ବର୍ଷ ତଳେ ଏହି ଗଜଲଷ୍ମୀ ପୂଜା କିଛି ବଜାରରେ ଆମ୍ବ ପତ୍ରରେ ତୋରଣ, ରଙ୍ଗୀନ କାଗଜରେ ପତକା, କଦଳି ଗଛ ଓ ଶାଢ଼ୀ ଓ ଦେବଦାରୁ ପାତ୍ରରେ ମଣ୍ଡପକୁ ସଜା ଯାଇ ପୂଜା ଆରମ୍ଭ ହୋଇଥିଲା l

ଧୀରେ ଧୀରେ ବିଶ୍ୱ ପ୍ରସିଦ୍ଧ ଗଣପର୍ବ ଗଜଲଷ୍ମୀ ପୂଜାରେ ପରିଣତ ହୋଇସାରିଛି l ବର୍ତ୍ତମାନ ସମୟରେ ସହର ମଧ୍ୟରେ ୩୮ଗୋଟି ବଜାରରେ ପୂଜାମଣ୍ଡପ ପ୍ରସ୍ତୁତ କରାଯାଇ “ମା”ଙ୍କ  ମୃଣାଳ ମୂର୍ତ୍ତି , ତୋରଣ , ମଣ୍ଡପ  ଚତୁର୍ଦିଗ ରଙ୍ଗୀନ ଆଲୋକ ଶଯ୍ୟାରେ ସୁସଜ୍ଜିତ କରାଯାଇ କୁମାର ପୁର୍ଣିମା ରାତିରୁ  ରୀତିନୀତି ଅନୁସାରେ ୧୧ ଦିନ ଧରି ପୂଜା କରାଯାଇଥଏ l ଦୁଇ ବର୍ଷ କରୋନା ମହାମାରୀ ପରେ ଚଳିତବର୍ଷ ଏହି ପୂଜାକୁ ବହୁ ଆଡମ୍ବରରେ କରିବାକୁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ପୌର ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛନ୍ତି lଏନେଇ  ସନ୍ଧ୍ୟା୪ ଟା ସମୟରୁ ୧୨ ଟା ପର୍ଯ୍ୟନ୍ତ ଚାରି ଚକିଆ ଜାନ ଚଳପ୍ରଚଳ ପାଇଁ ପାସର ବ୍ୟବସ୍ଥା ହୋଇଛି l

Leave A Reply

Your email address will not be published.