ପୁରୀ: ଗତ କିଛିଦିନ ଧରି କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଡାଇରିଆ ହଟସ୍ପଟ୍ ପାଲଟିଛି ପୁରୀ କଣାସର ୨ଟି ଗାଁ। ଆଗାଁ, ଜାଗୁଳାଇପଦରରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି। ଏଯାବତ ଝାଡ଼ାବାନ୍ତିରେ ୪ ଜଣଙ୍କର ଜୀବନ ଯାଇଥିବା ଜଣାଯାଇଛି।
ଦୁଇଟି ଆମ୍ବୁଲାନ୍ସରେ ହସ୍ପିଟାଲକୁ ବୁହା ହେଉଛନ୍ତି ରୋଗୀ। ଦୟା ନଦୀ ପାଣି ବ୍ୟବହାର ନ କରିବାକୁ ଘଣ୍ଟ ବଜାଇ ସଚେତନ କରାଯାଉଛି। ଗ୍ରାମବାସୀଙ୍କୁ ଟ୍ୟାଙ୍କରରେ ଯୋଗାଇ ଦିଆଯାଉଛି ପାଣି। ଅନ୍ୟପଟେ କଣାସ ବ୍ଲକରେ ଝାଡାବାନ୍ତି ବ୍ୟାପିବା ନେଇ ତତ୍ପର ହୋଇଛି ପୁରୀ ଜିଲ୍ଲା ପ୍ରଶାସନ। ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପଠାଯାଇ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ହସ୍ପିଟାଲରେ ୧୧ ଜଣ ଚିକିତ୍ସିତ ହେଉଛନ୍ତି। ବିଶୁଦ୍ଧ ପାନୀୟ ଜଳ ଅଭାବ ଓ ଦୂଷିତ ପାଣି ବ୍ୟବହାର ଯୋଗୁଁ ଲୋକମାନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ପୁରୀ ସିଡିଏମଓ ।
ସେହିପରି ଏହି ଗାଁରେ ସାମୁହିକ ଭୋଜି କରିବାକୁ ପ୍ରଶାସନ ବାରଣ କରିଛି। ଭୋଜି ନକରିବାକୁ ପୁରୀ ସାଂସଦ ସମ୍ବିତ ପାତ୍ର ଓ ସତ୍ୟବାଦୀ ବିଧାୟକ ନିବେଦନ କରିଛନ୍ତି। ଝାଡାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବାରୁ ବାହାଘର ପରେ ନୂଆ ଦୋକନ୍ଦା ଗାଁରେ ଭୋଜି ବନ୍ଦ କରାଯାଇଛି। ସଂକ୍ରମଣ ରୋକିବାକୁ ଭୋଜି ବନ୍ଦ କଲେ ଗ୍ରାମବାସୀ। ଅନ୍ୟପଟେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗକୁ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଲୋକେ।
Comments are closed.