Latest Odisha News

BREAKING NEWS

ଅଗରକରଙ୍କ ପାଇଁ ବିସିସିଆଇ ଭାଙ୍ଗିନି କୌଣସି ନିୟମ

ମୁମ୍ବାଇ: ଭାରତର ପୂର୍ବତନ ପେସ ବୋଲର ଅଜିତ ଅଗରକରଙ୍କୁ ଚୟନ କମିଟି ମୂଖ୍ୟ ଭାବେ ନିଯୁକ୍ତ କରାଯାଇଛି । ବୋର୍ଡର ଏହି ନିଷ୍ପତିକୁ ସମୀକକ୍ଷମାନେ ସକାରାତ୍ମକ ଢ଼ଙ୍ଗରେ ନେଇଛନ୍ତି । ତେବେ ପ୍ରଶ୍ନ ଉଠିଛି କି ଅଗରକରଙ୍କ ପାଇଁ ବୋର୍ଡ କଣ ତାର ନିୟମରେ ପରିବର୍ତନ କରିଥିଲା କି ? ପ୍ରକୃତରେ ଏହି ଘଟଣାରେ ବିସିସିଆଇ କୌଣସି ନିୟମ ଭାଙ୍ଗି ନାହିଁ । ଷ୍ଟିଙ୍ଗ ଅପରେସନ ପରେ ଚେତନ ଶର୍ମା ମୂଖ୍ୟ ଚୟନ କମିଟି ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଶିବସୁନ୍ଦର ଦାସଙ୍କୁ ସାମୟିକ ଭାବେ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଚୟନ କମିଟି ଟିମରେ ଗୋଟିଏ ଅଂଚଳରୁ ୨ଜଣ ସୁଯୋଗ ପାଇଁ ନେଇ ଉପରୋକ୍ତ ପ୍ରଶ୍ନ ଉଠିଛି । ବର୍ତମାନ ପୂର୍ବାଂଚଳରୁ ସୁବ୍ରତ ବାନାର୍ଜୀ, ଦକ୍ଷିଣାଂଚଳରୁ ଏସ.ଶରଥ, କେନ୍ଦ୍ରାଂଚଳରୁ ଶିବସୁନ୍ଦର ଦାସ ଓ ପଶ୍ଚିମାଂଚଳରୁ ସଲିଲ ଆଙ୍କୋଲା ଚୟନ କମିଟି ସଦସ୍ୟ ରହିଛନ୍ତି ।

BjdElectrycity

ଅଗରକର ପଶ୍ଚିଂମାଂଚଳରୁ ପ୍ରତିନିଧିତ୍ୱ କରନ୍ତି । ଉତରାଂଚଳ ଓ ମଧ୍ୟାଂଚଳରୁ କୌଣସି ପ୍ରତିନିଧି ନାହାନ୍ତି । ପୂର୍ବ ନିୟମ ଅନୁସାରେ ଏହି କ୍ଷେତ୍ରରୁ ପ୍ରତିନିଧି ଚୟନ କରାଯିବା କଥା । ମାତ୍ର ଏହି ଦୁଇ ଅଂଚଳରୁ କେହି ଚୟନକର୍ତା ହେବା ପାଇଁ ଆବେଦନ କରି ନ ଥିଲେ । ଆରଏମ ଲୋଧା ସମିତି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନିୟମରେ ଆଂଚଳିତ ଭିତିରେ ନିଯୁକ୍ତ ସମ୍ପର୍କରେ କିଛି ଲେଖା ଯାଇ ନାହିଁ । ଯୋଗ୍ୟତା ଓ ଉପଯୁକ୍ତ ବ୍ୟକ୍ତିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ ପାଇଁ କୁହାଯାଇଛି ।

ବିସିସିଆଇ ଦ୍ୱାରା ଜାରୀ କରାଯାଇଥିବା ବିଜ୍ଞାପନରେ କୁହାଯାଇଥିଲା ଏହି ପଦ ପାଇଁ ଜଣେ ବ୍ୟକ୍ତି ୭ଟି ଟେଷ୍ଟ ମ୍ୟାଚ, ୩୦ ପ୍ରଥମ ଶ୍ରେଣୀ, କିମ୍ବର ୧୦ ଦିନିକିଆ ଓ ୨୦ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବା ଜରୁରୀ । ଏହା ବ୍ୟତୀତ ସମ୍ପୃକ୍ତ ବ୍ୟକ୍ତି ୫ ବର୍ଷ ତଳୁ ଅବସର ନେଇଥିବା ଆବଶ୍ୟକ । ଅଗରକର ସମସ୍ତ ନିୟମରେ ଫିଟ ହୋଇଥିବାରୁ ଆଂଚଳିତ ଭିତିକୁ ଗୁରୁତ୍ୱ ନ ଦେଇ ବୋର୍ଡ ତାଙ୍କୁ ଚୟନ କମିଟି ଅଧ୍ୟକ୍ଷ କରିଛି । ଅଗରକର ଭାରତ ପକ୍ଷରୁ ୧୯୧ ଦିନିକିଆ, ୨୬ ଟେଷ୍ଟ ଓ ୪ଟି ଟି୨୦ ମ୍ୟାଚ ଖେଳିଛନ୍ତି । ସେ ମୁମ୍ବାଇ ସିନିୟର ଟିମ ଓ ଆଇପିଏଲରେ ଦିଲ୍ଲୀ ଟିମର ସହକାରୀ କୋଚ ଦାୟିତ୍ୱ ତୁଲାଇଛନ୍ତି ।

Leave A Reply

Your email address will not be published.