Latest Odisha News

BREAKING NEWS

ମୃତ୍ୟୁ ପରେ କ’ଣ ହୁଏ…

ଭୁବନେଶ୍ୱର: ଜନ୍ମ ଯେତିକି ସତ୍ୟ, ମୃତ୍ୟୁ ମଧ୍ୟ ସେତିକି ସତ୍ୟ। ମାତ୍ର ସମସ୍ତେ ଜନ୍ମକୁ ବେଇ ଖୁସି ହେଉଥିବା ବେଳେ ଆଉ ଏକ ସତ୍ୟ ମୃତ୍ୟୁକୁ ଗ୍ରହଣ କରି ପାରନ୍ତି ନାହିଁ। ଯାହାର ଜନ୍ମ ଅଛି ତାର ମୃତ୍ୟୁ ସୁନିଶ୍ଚିତ । ତେବେ କଣ ଆପଣ କେବେ ଭାବିଛନ୍ତି ମୃତ୍ୟୁ ପରେ କ’ଣ ହୋଇଥାଏ । ଶରୀର ସିନା ମରି ଯାଏ ହେଲେ ଏ ଆତ୍ମା ମୃତ୍ୟୁ ପରେ କୁଆଡେ ଯାଏ?

ତେବେ ଏହାର ସଠିକ ଏଯାଏଁ ଉତ୍ତର ବଡରୁ ବଡ ବିଶେଷଜ୍ଞଙ୍କ ପାଖରେ ମଧ୍ୟ ନାହିଁ । କେବଳ ପରମାତ୍ମା ହିଁ ଏହାର ଉତ୍ତର ଦେଇପାରିବେ । ଏହାସହ ବ୍ରହ୍ମାଣ୍ଡ ସହିତ ଜଡିତ ଅଦୃଶ୍ୟ ରହସ୍ୟକୁ ବୁଝିବା ପାଇଁ ମଣିଷ ଏପର୍ଯ୍ୟନ୍ତ ବିକଶିତ ହୋଇନାହିଁ ।

ତେଣୁ ମୃତ୍ୟୁ ପରେ କ’ଣ ହୁଏ ତାହା ମଣିଷ ଜାଣି ନପାରେ । କିନ୍ତୁ ଆତ୍ମା ଅଛି କି ନାହିଁ ବୋଲି ନିଶ୍ଚିତ ଭାବେ ଜାଣିପାରିବ । ୧୯୯୧ ରେ ଡାକ୍ତର ଡଙ୍କନ୍ ମ୍ୟୋକ ଡ୍ରାଗଲଙ୍କ ଦ୍ୱାରା କରାଯାଇଥିବା ଏହି ପରୀକ୍ଷଣ କରାଯାଇଥିଲା । ଏଥିରେ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା କିଛି ରୋଗୀଙ୍କୁ ‘ଫେୟାରବ୍ୟାକ୍ ଓଜନ ସ୍କେଲ୍’ ନାମକ ଏକ ବିଶେଷ ପ୍ରକାରର ଓଜନ ମାପ ଯନ୍ତ୍ରରେ ରଖାଯାଇଥିଲା । ତାହାର ମୋଟ ଓଜନ ମଧ୍ୟ ଲେଖାଯାଇଥିଲା । ମାତ୍ର ଦେଖାଗଲା ଯେ ମରିବା ପରେ, ସେହି ସ୍କେଲରେ ସେମାନଙ୍କ ଓଜନରେ ମାତ୍ର ୨୧ ଗ୍ରାମର ପାର୍ଥକ୍ୟ ଥିଲା ଯାହା ଦ୍ୱାରା ପ୍ରମାଣିତ ହେଲା କି ମୃତ୍ୟୁ ପରେ ଆତ୍ମା ରହିଥାଏ । ଏହା ପ୍ରମାଣିତ କଲା ଯେ ସଂସାରରେ ଆତ୍ମା ନାମକ କିଛି ପ୍ରକୃତରେ ରହିଛି। ଯାହାକୁ ଦେଖି ନପାରିଲେ ମଧ୍ୟ ସମୟେ ସମୟେ ମଣିଷ ଅନୁଭବ କରିପାରେ ବୋଲି ସେ ମତ ଦେଇଥିଲେ ।

ରିପୋର୍ଟ ଅନୁଯାୟୀ, ମୃତ୍ୟୁର ଅନୁଭୂତି ଏତେ ଶାନ୍ତିପୂର୍ଣ୍ଣ ଏବଂ ଶାନ୍ତ ଅଟେ ଯେ ଏହାକୁ ଅନୁଭବ କରୁଥିବା ଅନେକ ଲୋକ ପୁନଃ ଜୀବନକୁ ଫେରିବାକୁ ଇଚ୍ଛା କରନ୍ତି ନାହିଁ । ଏହି ଜୀବନ କାଳରେ, ଆମେ କେବେହେଲେ ପ୍ରକୃତରେ ଜାଣିପାରିବା ନାହିଁ ଯେ ଆମ ଦେହାନ୍ତ ହେବା ପରେ କ’ଣ ହୁଏ । ବୋଧହୁଏ ଏକ ଉଜ୍ଜ୍ୱଳ ଆଲୋକ ଏବଂ ଅନେକ ପ୍ରିୟଜନଙ୍କ କଷ୍ଟ ଓ ତାଙ୍କ ଭଲପାଇବାକୁ ଅନୁଭବ କରାଇଦିଏ।

Leave A Reply

Your email address will not be published.