Latest Odisha News

BREAKING NEWS

ଆଲୋକର ପର୍ବ ଦୀପାବଳିରେ ଉତ୍ସବମୁଖର ସାରା ଦେଶ

ଭୁବନେଶ୍ୱର : ପବିତ୍ର ଦୀପାବଳି ଉପଲକ୍ଷେ ଓଡିଶା ସମେତ ସମଗ୍ର ଦେଶରେ ଉତ୍ସବମୁଖର ହୋଇଉଠିଛି । କେହିକେହି ଘରେ ରଙ୍ଗୋଲି ସହିତ ଦୀପ ଜଳାଇ ତ ଆଉ କେହିକେହି ବାଣ ଫୁଟାଇ ଏହି ଦୀପାବଳି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି ।

ଶାସ୍ତ୍ରାନୁଯାୟୀ ଅନ୍ଧକାର ଉପରେ ଆଲୋକ ଏବଂ ଅଜ୍ଞାନ ଉପରେ ଜ୍ଞାନର ବିଜୟର ପ୍ରତୀକ ଭାବେ ଦିପାବଳୀ ପାଳନ କରାଯାଇଥାଏ । ଏଥିସହିତ ଆଜିର ଦିନରେ ପ୍ରଭୁ ଶ୍ରୀରାମ, ଲଙ୍କାଧିପତି ରାବଣକୁ ବଧ କରି ୧୪ ବର୍ଷ ପରେ ଧର୍ମପତ୍ନୀ ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟାକୁ ଫେରିଥିଲେ । ଅଯୋଧ୍ୟାବାସୀ ନିଜ ପ୍ରିୟ ପ୍ରଭୁ ରାମଚନ୍ଦ୍ରଙ୍କୁ ଆନନ୍ଦ ଉଲ୍ଲାସ ସହ ଦୀପ ଜାଳି ସ୍ୱାଗତ କରିଥିଲେ ।

ଆହୁରି ମଧ୍ୟ ଏହିଦିନରେ ମା’ କାଳୀଙ୍କ ପୂଜା ମଧ୍ୟ କରାଯାଇଥାଏ । ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତିରେ ମାଙ୍କର ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା କରାଯାଉଛି । ଘଣ୍ଟଘଣ୍ଟା, ବେଦଧ୍ୱନୀ ଓ ହୋମଯଜ୍ଞରେ ପୂଜା ମଣ୍ଡପ ଗୁଡିକ ପ୍ରକମ୍ପିତ ହେଉଥିବାବେଳେ ମା’ଙ୍କ ଦର୍ଶନ ପାଇଁ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଛି ।

ହିନ୍ଦୁ ଧର୍ମାନୁଯାୟୀ ଏହି ଦିନ ବଡ ବଡୁଆଙ୍କ ଉଦ୍ଦେଶ୍ୟରେ କାଉଁରିଆ କାଠି ଜାଳି ପରିବାର ଲୋକ ପିତୃ ପୁରୁଷଙ୍କୁ ମଧ୍ୟ ପିଣ୍ଡଦିନ କରିଥାଆନ୍ତି ।

 

Leave A Reply

Your email address will not be published.