Latest Odisha News

BREAKING NEWS

କାଲିଠୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଂକକୁ ଉଡ଼ିବ ସିଧାସଳଖ ବିମାନ

ଭୁବନେଶ୍ୱର: ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ପରେ ଆସନ୍ତାକାଲି (ଶନିବାର) ଠାରୁ ସିଙ୍ଗାପୁର ଓ ବ୍ୟାଂକକ ସିଧାସଳଖ ବିମାନ ଉଡ଼ିବ । ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଂକକକୁ ରାଉଣ୍ଡ ଟ୍ରିପ୍ ବିମାନ ଭଡ଼଼ା ୧୫ ହଜାର ଟଙ୍କା ରହିଛି ।

ଭୁବନେଶ୍ୱର-ସିଙ୍ଗାପୁର ବିମାନ ଭୁବନେଶ୍ୱରରୁ ସକାଳ ୬ଟା ୨୫ରେ ଛାଡ଼ିବାକୁ ଥିବା ବେଳେ ସିଙ୍ଗାପୁରରେ ଦିନ ଗୋଟାଏ ୫ରେ ପହଞ୍ଚିବ । ସିଙ୍ଗାପୁର-ଭୁବନେଶ୍ୱର ବିମାନ ସିଙ୍ଗାପୁରରୁ ଦିନ ୨ଟା ୧୦ରେ ଛାଡ଼ିବ । ଭୁବନେଶ୍ୱର-ବ୍ୟାଂକକ ବିମାନ ଭୁବନେଶ୍ୱରରୁ ଅପରାହ୍ଣ ୪ଟା ୫୦ରେ ଛାଡ଼ି ବ୍ୟାଂକକ ୯ଟା ୧୦ରେ ପହଞ୍ଚିବ । ସେହିଭଳି ବ୍ୟାଂକକରୁ ବିମାନ ରାତି ୧୦ଟା ୧୦ରେ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ ଭରିବ ।

ଗତମାସରେ ଏହି ଦୁଇ ସ୍ଥାନ ପାଇଁ ଟିକେଟ୍ ବିକ୍ରିର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଏହା ଯୁବକମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହାଛଡ଼ା ଓଡ଼ିଶାରେ ପର୍ଯ୍ୟଟନ ଓ ଆଇଟି କ୍ଷେତ୍ର ଲାଗି ଅପାର ସମ୍ଭାବନା ଯୋଗାଇବ ।

ମେ ୧୫ରେ ଭୁବନେଶ୍ୱରରୁ ଦୁବାଇକୁ ବିମାନ ଇଣ୍ଡିଗୋ ବିମାନ ଏୟାରବସ୍ ୩୨୦ ଉଡ଼ାଣ ଆରମ୍ଭ ହୋଇଥିଲା । ଯାହାକି ସପ୍ତାହକୁ ୩ ଦିନ ଉଡ଼ାଣ କରୁଛି । ଗତବର୍ଷ ଡିସେମ୍ବରରେ ଓଡ଼ିଶା କ୍ୟାବିନେଟ ଦୁବାଇ, ସିଙ୍ଗାପୁର ଓ ବ୍ୟାଂକକକୁ ବିମାନ ଉଡ଼ାଣକୁ ଅନୁମୋଦନ ଦେଇଥିଲା ।

Leave A Reply

Your email address will not be published.