Latest Odisha News

BREAKING NEWS

ଶ୍ରୀମନ୍ଦିର ଆନନ୍ଦବଜାର ଟ୍ୟାପରୁ ବାହାରୁଛି ଗୋଳିଆ ପାଣି, ଭକ୍ତ ଅସନ୍ତୋଷ

ପୁରୀ: ପୁଣି ପୁରୀ ଶ୍ରୀମନ୍ଦିର ରେ ଅବ୍ୟବସ୍ଥାର ଦୃଶ୍ୟ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଆନନ୍ଦ ବଜାର ଭିତରେ ଭକ୍ତଙ୍କ ପାଇଁ ଲାଗିଥିବା ଟ୍ୟାପ୍ ଗୁଡିକରୁ ନାଲି ରଙ୍ଗର ଗୋଳିଆ ପାଣି ବାହାରୁଛି । ଯାହାକୁ ଭକ୍ତମାନେ ଦେଖି ଅସନ୍ତୋଷ ପ୍ରକାଶ କରି ସେବାୟତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପରେ ଖୋଦ ଶ୍ରୀମନ୍ଦିର ସେବାୟତ ସୋମନାଥ ଖୁଣ୍ଟିଆ ଓ ଅନ୍ୟଜଣେ ସେବାୟତ ଆନନ୍ଦବଜାର ଭିତରେ ଲାଗିଥିବା ଟ୍ୟାପ୍ ନିକଟକୁ ଯାଇ ଗୋଳିଆ ପାଣିକୁ ଦୁଇଟି ଵୋତଲରେ ସଂଗ୍ରହ କରିଛନ୍ତି ।

BjdElectrycity

ଦିନ କୁ ଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ କାର୍ତ୍ତିକ ମାସ ଚାଲୁଥିବାରୁ ହଜାର ହଜାର ହବିଷ୍ୟାଳି ମା’ ମାନଙ୍କର ଭିଡ ଦେଖିବାକୁ ମିଳୁଛି । ଅନେକ ଭକ୍ତ ଶ୍ରୀମନ୍ଦିର ଭିତରୁ ପାଣି ବୋତଲ ନେଇ ପିଉଥିବା ବେଳେ ଅନେକ ଭକ୍ତ ଆନନ୍ଦବଜାର ଭିତରେ ଲାଗିଥିବା ଟ୍ୟାପରୁ ପାଣି ପିଅନ୍ତି । ତେବେ ଏଭଳି ଗୋଳିଆ ପାଣି ପିଇ ଅନେକ ଭକ୍ତ ଅସୁସ୍ଥ ହେବାର ସମ୍ଭାବନା ରହିଛି ।

ସେପଟେ ପୂର୍ବରୁ ମଧ୍ୟ ବାରମ୍ବାର ଏଭଳି ଗୋଳିଆ ପାଣି ଦେଖିବାକୁ ମିଳିଛି ବୋଲି ବରିଷ୍ଠ ସେବାୟତ ମାନେ ଅଭିଯୋଗ କରିଥିବା ବେଳେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏହି ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.