Latest Odisha News

BREAKING NEWS

ଇସ୍ତଫା ଦେଲେ ଇଞ୍ଜାମାମ ଉଲ ହକ

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେଉଥିବା ଦିନିକିଆ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ପାଇଁ କିଛି ବି ଠିକ ହେଉ ନାହିଁ । ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ୬ ମ୍ୟାଚରୁ ୪ ପଂଏଟ ହାସଲ କରିଛି । ଅନ୍ୟ ଟିମର ପ୍ରଦର୍ଶନ ଏବଂ ଭାଗ୍ୟ ଭରୋଷାରେ ଦଳ ସେମିଫାଇନାଲ ପ୍ରବେଶ ଆଶାରେ ରହିଛି । ଇତି ମଧ୍ୟରେ ପାକିସ୍ତାନ ଚୟନ କମିିଟି ମୂଖ୍ୟ ଇଞ୍ଜାମାମ ଉଲ ହକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଇଞ୍ଜାମାମ ୟାଜୋ ଇଂଟରନ୍ୟାଶନାଲ ଲିମିଟେଡ କମ୍ପାନୀର ଅଂଶୀଦାର ଅଛନ୍ତି । ତହ୍ଲା ରେହମାନୀ ଏହାର ମାଲିକ ଅଟନ୍ତି । ରେହମାନୀ ପାକିସ୍ତାନ କ୍ରିକେଟ ଟିମର ପ୍ରମୁଖ ଖେଳାଳି ବାବର ଆଜମ, ମହମ୍ମଦ ରିଜୱାନ ଓ ଶାହୀନ ଶାହ ଆଫ୍ରିଦୀଙ୍କ କଥା ଏହି ଫାର୍ମ ବୁଝୁଛି ।

ହକ ବ୍ୟକ୍ତିଗତ ସ୍ୱାର୍ଥକୁ ଆଖି ଆଗରେ ରଖି ଖେଳାଳି ଚୟନ କରିଥିବା ଅଭିଯୋଗ ହେଉଛି । ଏହି ଘଟଣା ମିଡିଆରେ ପ୍ରକାଶ ପାଇବା ନିଜକୁ ବଂଚାଇବା ପାଇଁ ସେ ତରବରିଆ ଭାବେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ପାକିସ୍ତାନ ବିଶ୍ୱକପରୁ ବାଦ ପଡିବା ପରେ ପ୍ରଦର୍ଶନ ନେଇ ତଦନ୍ତ କରାଯିବ । ଏଥିରେ ହକ ଫସିବା ଆଶଙ୍କା ରହିଛି ।

Leave A Reply

Your email address will not be published.