Latest Odisha News

ଗରମ ପାଣିରେ ଗାଧୋଉଛନ୍ତି କି? ଜାଣି ରଖନ୍ତୁ କ’ଣସବୁ ହେବ ଅସୁବିଧା…

ଭୁବନେଶ୍ୱର: ଶୀତଦିନେ ଥଣ୍ଡାର ପ୍ରଭାବ ଯୋଗୁଁ ଗରମ ପାଣିରେ ଗାଧୋଇବାକୁ ଅନେକ ପସନ୍ଦ କରନ୍ତି । ତେବେ ଆପଣ ଯଦି ସେମାନଙ୍କ ମଧ୍ୟରେ ଜଣେ ହୋଇଥା’ନ୍ତି ତେବେ ଜାଣି ରଖନ୍ତୁ ଏହାଦ୍ୱାରା ହେଉଥିବା ଅସୁବିଧା ସମ୍ପର୍କରେ ।

ବିଶେଷଜ୍ଞ କହିବା ଅନୁଯାୟୀ, ଆମେ ଗାଧୋଉଥିବା ପାଣିର ତାପମାତ୍ରା ଅତି ବେଶୀରେ ୩୨ଡିଗ୍ରୀ ସେଲସିୟସ ହେବା ଉଚିତ୍। ଯଦି ଏହାଠାରୁ ଅଧିକ ଗରମ ପାଣିରେ ଆପଣ ଗାଧୋଇବେ ତେବେ ଏହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ।

ଡାକ୍ତର ନଖ ଉଷୁମ ପାଣିରେ ଗାଧୋଇବାକୁ ପରାମର୍ଶ ଦେଇଥାନ୍ତି। ଆସନ୍ତୁ ଜାଣିବା ଗରମ ପାଣିରେ ଗାଧୋଇଲେ ଶରୀରକୁ କଣ କ୍ଷତି ପହଞ୍ଚିଥାଏ ।

ତ୍ୱଚାର ଚମକ କମି ଯାଇଥାଏ : ଗରମ ପାଣିରେ ଗାଧୋଇବା ଫଳରେ ତ୍ୱଚାର ଆର୍ଦ୍ରତା କମି ଯାଇଥାଏ।

ଚର୍ମ କୁଞ୍ଚନ ସମସ୍ୟା: ଗରମ ପାଣି ଫଳରେ ତ୍ବଚାର ଟିସୁକୁ କ୍ଷତି ପହଞ୍ଚିଥାଏ। ବୟସ ପୂର୍ବରୁ ତ୍ବଚାରେ ଚର୍ମକୁଞ୍ଚନ ସମସ୍ୟା ଦେଖାଯାଇଥାଏ।

ଗରମ ପାଣି ଦ୍ବାରା କେଶର ଆର୍ଦ୍ରତା କମିଯାଇଥାଏ ଯାହା ଦ୍ବାରା କେସ ଶୁଖିଲା ହୋଇଯାଇଥାଏ।

କେଶ ମୂଳ ଶୁଖିଯିବା ଫଳରେ ଚୁଟି ଝଡ଼ିଥାଏ। ରୁପି ସମସ୍ୟା ହୋଇଥାଏ।

ଗରମ ପାଣି ଦ୍ବାରା ଗୋଡ଼ ଏବଂ ହାତର ନଖରେ କ୍ଷତି ପହଞ୍ଚିଥାଏ।

ଗରମ ପାଣିରେ ଗାଧୋଇଲେ ଆଖିର ଆର୍ଦ୍ରତା ମଧ୍ୟ କମିଥାଏ। ଏହା ଦ୍ବାରା ଆଖି ଲାଲ ହୋଇ କୁଣ୍ଡେଇ ହୋଇଥାଏ ଏବଂ ଆଖିରୁ ପାଣି ବୋହିଥାଏ।

Leave A Reply

Your email address will not be published.