ଭୁବନେଶ୍ୱର: ସୀମା ବିବାଦ ପ୍ରସଙ୍ଗରେ ବିଧାନସଭାରେ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି । ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ନିଜ ବିବୃତ୍ତିରେ ସେ କହିଛନ୍ତି, କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ମଧ୍ୟରେ ସୀମା ବିବାଦ ରହିଛି ।
ଆପୋଷ ବୁଝାମଣାରେ ସୀମା ଚିହ୍ନଟ: ରାଜସ୍ୱ ମନ୍ତ୍ରୀ
୨୧ଟି ଗାଁରେ ଏହି ସମସ୍ୟା ରହିଛି । ଯେଉଁଠି ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇଛନ୍ତି । ଜିଲ୍ଲାପାଳ ଓ ଆରଡ଼ିସିଙ୍କ ତତ୍ତ୍ୱାବଧାନରେ ସୀମା ବିବାଦ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ସେହିପରି ବାଲେଶ୍ୱର ଜିଲ୍ଲା ଓ ପଶ୍ଚିମବଙ୍ଗ ମଧ୍ୟରେ ମଧ୍ୟ କିଛି ସମସ୍ୟା ରହିଛି। ୯ଟି ଗାଁରେ ସମସ୍ୟା ରହିଥିବା ବେଳେ ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଏକ କମିଟି ହୋଇଛି ।
ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ମୋହନ ମାଝୀ
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ସହିତ ଓଡ଼ିଶାର ସୀମା ବିବାଦ ରହିଛି । କୋରାପୁଟରେ ୨୧, ଗଜପତିରେ ୧୬ ଗାଁ ସହିତ ବିବାଦ ଲାଗି ରହିଛି । ସେସବୁ ସ୍ଥାନରେ ବିକାଶ ହେଉନଥିବାରୁ ଲୋକ ପଡ଼ୋଶୀ ରାଜ୍ୟ ଆଡ଼କୁ ଢଳୁଥିବା ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ନ କଲେ ବିବାଦର ସମାଧାନ ହେବନି ବୋଲି ମୋହନ ମାଝୀ କହିଛନ୍ତି ।
ପଡ଼ୋଶୀ ରାଜ୍ୟର ଦାଦାଗିରି: ବିଷ୍ଣ ସେଠୀ
ସୀମା ବିବାଦ ପ୍ରସଙ୍ଗରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ସରକାର ଆବଶ୍ୟକ ପଦକ୍ଷେପ ନେଉ ନଥିବାରୁ ପଡ଼ୋଶୀ ରାଜ୍ୟ ଦାଦାଗିରି କରୁଛି । ମନ୍ତ୍ରୀ କିଛି ବୁଝୁନାହାନ୍ତି କିମ୍ବା ସୀମା ବିବାଦ ଭିତରକୁ ପଶୁ ନାହାନ୍ତି । ସୀମାରେ ଥିବା ଲୋକଙ୍କ ପ୍ରତି ସରକାରଙ୍କ ନିଘା ନାହିଁ ।ବାଲେଶ୍ୱର ଓ ଭଦ୍ରକରେ ଅନୁପ୍ରବେଶକାରୀ ପ୍ରବେଶ କରୁଛନ୍ତି । ସର୍ବଦଳୀୟ କମିଟି ଗଠନ କରି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ବିଷ୍ଣୁ ସେଠୀ ।
BREAKING NEWS
- ବାଲିଯାତ୍ରା ପ୍ଲଟ୍ ନିଲାମ ପ୍ରକ୍ରିୟା: ବର୍ଗଫୁଟ ପିଛା ୧୩୦୦ ଟଙ୍କା ଛୁଇଁଲା ଦର
- ଜାନୁଆରୀରୁ ରେଳବାଇରେ ବଡ଼ ପରିବର୍ତ୍ତନ: ବଦଳିବ ଟ୍ରେନ ନମ୍ବର, ସୁପରଫାଷ୍ଟରୁ ହେବେ ମେଲ୍/ଏକ୍ସପ୍ରେସ୍
- ରାଜଧାନୀରେ ଚାଞ୍ଚଲ୍ୟ: ମାଉସୀ ମା’ଛକ ଓଭର ବ୍ରିଜ୍ ଉପରେ ଗୁଳିକାଣ୍ଡ, ଜଣେ ମୃତ
- Boiled Peanuts Health Benefits:ଏହି ସମସ୍ତ ଲାଭ ପାଇଁ ଖାଆନ୍ତୁ ସିଝା ଚିନାବାଦାମ
- ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଇରାନର ବଡ଼ ନିଷ୍ପତ୍ତି: ଭାରତ, ଚୀନ୍, ଇରାକ୍ ଓ କାତାରର ଜାହାଜଗୁଡ଼ିକ ହର୍ମୂର୍ଜ ପ୍ରଣାଳୀରେ ପାଇଲେ ବିଶେଷ କୋହଳ
- ୪୩ ବର୍ଷର ଦୀର୍ଘ ଆଇନଗତ ବିବାଦର ଅନ୍ତ, ସରକାରୀ ଜମି ଉପନର ଘରୋଇ ବ୍ୟକ୍ତିଙ୍କ ଦାବିକୁ ରାଜସ୍ୱ ପର୍ଷଦ ସଦସ୍ୟ କଲେ ଖାରଜ
- ରାତି ପାହିଲେ ଆନ୍ଧ୍ରର କୋଟିଆ ଭୋଟ୍, କୋଟିଆରୁ ଫେରିଗଲେ ପୋଲିଂ ପାର୍ଟି
- ୭ ଯାଏ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା
- ବାତ୍ୟା ‘ଅର୍ଣ୍ଣବ’ ପରେ ଭୂସ୍ଖଳନ: ପାହାଡ଼ିଆ ଅଞ୍ଚଳରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବେ ରାଜ୍ୟ ସରକାର
- ପ୍ରଶଂସକଙ୍କ ହୃଦୟ ଜିତିଲା ଗୀତ ‘ତେରି ସେକ୍ସି ବ୍ୟୁଟି’, ୧୧ ବର୍ଷ ପରେ ଗାୟକ ଭାବେ ଫେରିଲେ ଭାଇଜାନ
Comments are closed.