Latest Odisha News

BREAKING NEWS

ଆଜି ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଏହି ୧୦ଟି ଜିଲ୍ଲାରେ ହେବ ବଜ୍ରପାତ ସହ ଝଡ଼ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସଦ୍ୟତମ ସତର୍କ ସୂଚନାନୁଯାୟୀ ରାଜ୍ୟର ୧୦ଟି ଜିଲ୍ଲାରେ ବଜ୍ରପାତ ସହିତ ହେବ ସାମାନ୍ୟରୁ ମଧ୍ୟମ ଧରଣର ଝଡ଼ବର୍ଷା ।

ଗୁରୁବାର ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଯେଉଁ ୧୦ଟି ଜିଲ୍ଲାରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବ ସେହି ଜିଲ୍ଲା ଗୁଡ଼ିକ ହେଲା – ବାଲେଶ୍ୱର, ମୟୂରଭଞ୍ଜ, ନବରଙ୍ଗପୁର,କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଏବଂ କଟକ ଜିଲ୍ଲା ।

ଏହି ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୩୦ରୁ ୪୦ କିଲୋମିଟର୍ ବେଗରେ ପବନ ବହିବାର ସମ୍ଭାବନା ରହିଥିବାର ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।

Leave A Reply

Your email address will not be published.