ବ୍ରହ୍ମଗିରି: ଚିଲିକାର ସାତପଡ଼ାରେ ଚାଲିଛି ଡଲଫିନ୍ ଗଣନା। ଆଜିଠାରୁ ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଅର୍ଥାତ୍ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଡଲଫିନ ଗଣନା। ପ୍ରତିଦିନ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ଗଣନା।
ଡଲଫିନ୍ ଗଣନାରେ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି। ସାତପଡାରୁ ୮ଟି ଟିମ୍, ନାର୍ଦାନ୍ ଆଉଟର ଚ୍ୟାନେଲ୍ ଓ ବାଲୁଗାଁରୁ ୧୦ଟି ଟିମ୍ ସେଣ୍ଟ୍ରାଲ୍ ସର୍ଦନ ଚ୍ୟାନେଲରେ ଡଲଫିନ୍ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି। ପ୍ରତି ଟିମରେ ଅଛନ୍ତି ୫ ରୁ ୭ ଜଣ ସଦସ୍ୟ ସାମିଲ ଅଛନ୍ତି। ବନ୍ୟପ୍ରାଣୀ ବିଶାରଦ ସହିତ ବନବିଭାଗର କର୍ମଚାରୀ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
୨୦ ତାରିଖଠାରୁ ବନ୍ୟପ୍ରାଣୀ ବିଶାରଦଙ୍କ ଦ୍ଵାରା ଗଣନା କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ, ୨୧ ଓ ୨୨ ତାରିଖରେ କେବଳ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ଗଣନା କାର୍ଯ୍ୟ କରିବ। ପ୍ରତି ଟିମ ପାଖରେ GPS ( ଜିପିଏସ ), ଡାଟା ସିଟ, କିଛି ଇକ୍ଯୁପମେଣ୍ଟ ସହିତ ଗୋଟିଏ ଡ଼ଙ୍ଗା ରହିବ।
Comments are closed.