ଶେଷରେ ବାଇଡେନଙ୍କ ବିଜୟକୁ ସ୍ୱୀକାର କଲେ ଟ୍ରମ୍ପ, ଏମିତି କଥା କହିଲେ
ଓ୍ୱାଶିଂଟନ୍: ଶେଷରେ ସତ ମାନିଲ ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋ ବାଇଡେନ୍ ବିଜୟୀ ଓ ତାଙ୍କର ପରାଜୟ ହୋଇଥିବା ସ୍ୱୀକାର କରିଛନ୍ତି । କିନ୍ତୁ ଅଭିଯୋଗ ସହ ପରାଜୟକୁ ସ୍ୱୀକାର କରିଛନ୍ତି ଟ୍ରମ୍ପ । ଭୋଟିଂରେ ହେରଫେର ଅଭିଯୋଗ ଆଣିଛନ୍ତି । ଟ୍ୱିଟ୍ କରି ବାଇଡେନଙ୍କ ବିଜୟ ହୋଇଥିବା ଲେଖିଛନ୍ତି ଟ୍ରମ୍ପ ।
ଡୋନାଲ୍ଟ ଟ୍ରମ୍ପ ଟ୍ୱିଟ କରି ଲେଖିଛନ୍ତି, ବାଇଡେନ୍ ନିର୍ବାଚନ ଜିତିଛନ୍ତି । କିନ୍ତୁ ନିର୍ବାଚନରେ ହେରଫେର ହୋଇଛି । ନିର୍ବାଚନ ବେଳେ କୌଣସି କାର୍ଯ୍ୟକର୍ତ୍ତା କିମ୍ୱା ପର୍ଯ୍ୟବେକ୍ଷକଙ୍କୁ ସେଠାରେ ରହିବାକୁ ଅନୁମତି ଦିଆଗଲା ନାହିଁ । ଡୋମିନିୟନ୍ ନାମକ ଏକ କମ୍ପାନୀ ଉପରେ ହେରଫେର କରିଥିବା ଅଭିଯୋଗ ଆଣିଛନ୍ତି ଟ୍ରମ୍ପ । ସେ ଲେଖିଛନ୍ତି, ବାଇଡେନ୍ ନିର୍ବାଚନ ଜିତିଛନ୍ତି । କିନ୍ତୁ ଫେକ୍ ମିଡିଆ ଦୃଷ୍ଟିରେ ସେ ବିଜୟୀ ହୋଇଛନ୍ତି ।
ପରାଜୟକୁ ସ୍ୱୀକାର କରିଥିଲେ ବି ନିର୍ବାଚନରେ ହେରଫେର ହୋଇଥିବା କଥାରେ ସେ ଅଟଳ । ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଆସିବା ପରେ ଏଣିକି ଲମ୍ବା ଲଢ଼େଇ ଲଢ଼ିବାକୁ ହେବ । ଆଇନଗତ ଲଢ଼େଇ କଥା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
Comments are closed.