Latest Odisha News

BREAKING NEWS

ଛୋଟ ପିଲାମାନଙ୍କୁ ସ୍ମାର୍ଟଫୋନ୍‌ ଦେଉଛନ୍ତି କି ?

ବର୍ତ୍ତମାନ ସ୍ମାର୍ଟଫୋନର ବ୍ୟବହାର ଅଧିକ ମାତ୍ରାରେ ହେଉଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନର ବ୍ୟବହାର କରିଥାଆନ୍ତି । କିନ୍ତୁ ଛୋଟ ପିଲାମାନଙ୍କ ସ୍ମାର୍ଟଫୋନ୍ ବ୍ୟବହାର ତାଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ । ତେବେ ଛୋଟପିଲାଙ୍କୁ ସ୍ମାର୍ଟଫୋନ ନଦେବା ଲାଗି ସାଓମିର ପୂର୍ବତନ ସିଇଓ ମନୁ ଜୈନ ଅଭିଭାବକମାନଙ୍କୁ ଆହ୍ବାନ ଦେଇଛନ୍ତି ।

ସାଧାରଣତଃ ନିଜେ କାମ କରୁଥିବା ବେଳେ ପିଲାମାନଙ୍କୁ ବ୍ୟସ୍ତ ରଖିବା ଲାଗି କିମ୍ବା ଖାଦ୍ୟ ଖୁଆଇବା ବେଳେ କିମ୍ବା ସେମାନେ କାନ୍ଦୁଥିବା ବେଳେ ସ୍ମାର୍ଟଫୋନ୍ ନଦେବାକୁ ସେ ଅଭିଭାବକମାନଙ୍କୁ ଆହ୍ବାନ ଦେଇଛନ୍ତି । ସ୍ମାର୍ଟଫୋନ୍ ବଦଳରେ ସେମାନେ ଯେଭଳି ବାହାରେ ଅନ୍ୟ କିଛି ଖେଳ ଖେଳିପାରିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ସେ କହିଛନ୍ତି। ଲିଙ୍କଡ୍‌ ଇନ୍‌ରେ ସେ ଲେଖିଛନ୍ତି, ଯେ ସ୍ମାର୍ଟଫୋନ୍ ଶିଶୁମାନଙ୍କ ମନସ୍ତତ୍ତ୍ବକୁ ପ୍ରଭାବିତ କରୁଛି । ବଡ଼ ହେବା ପର୍ଯ୍ୟନ୍ତ ସେହି ପ୍ରଭାବ ରହିବ। ତେଣୁ ଏହା ଉପରେ ଅଭିଭାବକମାନେ ଆଲୋଚନା କରିବା ଦରକାର ।

ଆମେରିକାର ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁ ଛୋଟ ପିଲାମାନେ ଅଧିକ ସ୍ମାର୍ଟଫୋନ୍ କିମ୍ବା ଟାବ୍‌ଲେଟ୍‌ ବ୍ୟବହାର କରୁଛନ୍ତି, ବଡ଼ ହେଲେ ସେମାନଙ୍କଠାରେ ମାନସିକ ବିକୃତି ଦେଖାଦେବାର ଆଶଙ୍କା ରହିଛି । ସାପିଏନ୍‌ ଲ୍ୟାବ୍ ସର୍ବେକ୍ଷଣ ଅନୁସାରେ ୧୦ ବର୍ଷ ବୟସରେ ଯେଉଁ ବାଳିକାମାନେ ସ୍ମାର୍ଟଫୋନ୍ ବ୍ୟବହାର କରିଛନ୍ତି ସେମାନଙ୍କ ମଧ୍ୟରୁ ୬୦-୭୦ ପ୍ରତିଶତ ପିଲାଙ୍କ ଠାରେ ମାନସିକ ସମସ୍ୟା ଦେଖାଦେଇଛି । ଯେଉଁମାନେ ୧୮ ବର୍ଷ ପରେ ଫୋନ୍ ବ୍ୟବହାର କରିଛନ୍ତି ସେମାନେ କ୍ଷେତ୍ରରେ ଏହି ସମସ୍ୟା ୪୬ ପ୍ରତିଶତ କମ୍ ରହୁଛି । ବାଳକମାନଙ୍କ କ୍ଷେତ୍ରରେ ୧୦ ବର୍ଷ ବୟସରୁ ସ୍ମାର୍ଟଫୋନ୍ ବ୍ୟବହାର କରିଥିବା ୪୫-୫୦% ପିଲାଙ୍କଠାରେ ମାନସିକ ସମସ୍ୟା ଦେଇଦେଇଛି।

 

Leave A Reply

Your email address will not be published.