Latest Odisha News

BREAKING NEWS

କିନ୍ନରଙ୍କ ସଂଘର୍ଷମୟ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଫିଲ୍ମ ‘ଟି’: ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ସ୍କିନିଂ

ଭୁବନେଶ୍ୱର: କିନ୍ନରମାନଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ଫିଲ୍ମ ‘ଟି’ । ଏହି ଫିଲ୍ମ ମେ ୨୫ ତାରିଖରେ ରିଲିଜ୍ ହେବ । ଏହାପୂର୍ବରୁ ଏହାର ସ୍ୱତନ୍ତ୍ର ସ୍କ୍ରିନିଂ ଭୁବନେଶ୍ୱର ଏସପ୍ଲାନେଡ଼ ସପିଙ୍ଗ ମଲ ପରିସରରେ ଥିବା ସିନେପଲିସ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହା କେବଳ ଗଣମାଧ୍ୟମର ପ୍ରତିନିଧିଙ୍କ ପାଇଁ ଏଭଳି ସ୍ୱତନ୍ତ୍ର ଶୋ’ର ଆୟୋଜନ କରାଯାଇଥିଲା । ସ୍କ୍ରିନିଂ ଦେଖିସାରିଲା ପରେ ଏହା ବାସ୍ତବ ଧର୍ମୀ ସିନେମା ବୋଲି ଅନେକ ମତ ରଖିଛନ୍ତି ।

ତାଛଡା ଟ୍ରାନ୍ସଜେଣ୍ଡର କମ୍ୟୁନିଟି ପାଇଁ ଆମେ କିଭଳି ମାନସିକତା ପ୍ରତିପୋଷଣ କରିବା ଦରକାର ତାହା ଏହି ସିନେମାରେ ଉତ୍ତାରିବାକୁ ପ୍ରୟାସ କରିଛନ୍ତି ପୁରା କ୍ରିୟୁ ବୋଲି ଅନେକ ମତ ରଖିଛନ୍ତି । ଟ୍ରାନ୍ସଜେଣ୍ଡରଙ୍କୁ ନେଇ ସର୍ବଭାରତୀୟ ସ୍ତରରେ ପୂର୍ବରୁ ଛୋଟ ପରଦାରେ ଫିଲ୍ମର ପରିକଳ୍ପନା ହୋଇଥିବା ବେଳେ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଜିତେଶ କୁମାର ପରିଡା ବଡ଼ ପରଦା ପାଇଁ ଏଭଳି ପରିକଳ୍ପନା କରିଛନ୍ତି । କିନ୍ନରମାନଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ଏହି ଫିଲ୍ମ ନିର୍ମାଣ କରିଛନ୍ତି । ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଉଚ୍ଚ ପ୍ରଶଂସା ସହିତ ଅନେକ ସାର୍ଟିଫିକେଟ ହାତେଇଛି ଏହି ଫିଲ୍ମ ‘ଟି’ ।

Comments are closed.