Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ନାମାଙ୍କନ ଭରିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ: ପ୍ରଥମ ପ୍ରସ୍ତାବକ ଭାବେ ଦସ୍ତଖତ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ : ସଂସଦ ଭବନରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଭରିଛନ୍ତି । ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦସ୍ତଖତ କରିଛନ୍ତି । ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିଛନ୍ତି ।  ଏଥି ସହିତ କ୍ୟାବିନେଟ୍ ମନ୍ତ୍ରୀ, ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀ ସାମିଲ୍ ହୋଇଛନ୍ତି ।

ଦ୍ରୌପଦୀ ଆଜି ନାମାଙ୍କନ କରୁଥିଲେ ବି ସେ ଏକ ପ୍ରକାର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଯାଇଛି । ଇଲେକ୍ଟରାଲ କଲେଜର ୫୦ପ୍ରତିଶତରୁ ଢ଼େର ଅଧିକ ଏବେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ରହିଛି । ବିଜେଡ଼ି ପରେ ୱାଇଏସଆର କଂଗ୍ରେସ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଦେବ ବୋଲି ଘେଷଣା କରିଛି । ତେଣୁ ଦ୍ରୌପଦୀଙ୍କ ସପକ୍ଷରେ ଆବଶ୍ୟକ ସଂଖ୍ୟା ଠାରୁ ଅଧିକ ଭୋଟ୍ ରହିଥିବା ସ୍ପଷ୍ଟ ହୋଇଯାଇଛି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଥିବା ଇଲେକ୍ଟୋରାଲ୍‌ କଲେଜ୍‌ରେ ସମୁଦାୟ ୧୦,୮୬,୪୩୧ ଖଣ୍ଡ ଭୋଟ୍‌ରୁ ‘ଏନ୍‌ଡିଏ’ର ରହିଛି ୫,୩୨,୩୫୧ ଖଣ୍ଡ ଭୋଟ୍‌। ବିଜେଡିର ୩୧,୬୮୬ ଖଣ୍ଡ ଭୋଟ୍‌ ଥିବା ବେଳେ ‘ୱାଇଏସ୍‌ଆର୍‌ କଂଗ୍ରେସର ୪୫,୫୫୦ ଖଣ୍ଡ ଭୋଟ୍‌ ଏବଂ ‘ଏଆଇଏଡିଏମ୍‌କେ’ର ୧୪,୯୪୦ ଖଣ୍ଡ ଭୋଟ୍‌ ରହିଛି।

ଆଗାମୀ ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ କରାଯିବ ଏବଂ ଜୁଲାଇ ୨୧ ତାରିଖ ଦିନ ଭୋଟ୍‌ ଗଣନା କରାଯିବ। ଜୁଲାଇ ୨୫ ତାରିଖରେ ନବନିର୍ବାଚିତ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।

ଗୁରୁବାର ଦିନ ଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଭବନରେ ଅବସ୍ଥାନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ। ପ୍ରାର୍ଥୀପତ୍ର ଦାଖଲ କରିବା ନିମନ୍ତେ ଆଜି ପୂର୍ବାହ୍ନରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ସେ ସଂସଦ ଅଭିମୁଖେ ଯାତ୍ରା କରିଥିଲେ।

ଏପଟେ ତାଙ୍କ ରାଇରଙ୍ଗପୁର ବାସଭବନରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବାଜା ବାଣ ଫୁଟାଇ ଉତ୍ସବ ମନାଇଛନ୍ତି ଶୁଭେଚ୍ଛୁ । ସାନ୍ତାଳି ନାଚଗୀତରେ ଦୁଲୁକୁଛି ରାଇରଙ୍ଗପୁର । ବାଣ ଫୁଟାଇ କେକ୍ କାଟି ଖୁସି ମନାଇଛନ୍ତି ସ୍ଥାନୀୟ ଲୋକେ ।

Leave A Reply

Your email address will not be published.