Latest Odisha News

BREAKING NEWS

ଘରୋଇ ସ୍କୁଲ୍ ଫାଟକ ଭାଙ୍ଗିଯାଇ ସୁରକ୍ଷାକର୍ମୀଙ୍କ ସହ ନାବାଳକର ମୃତ୍ୟୁ

ରାଉରକେଲା: ରାଉରକେଲା ସେକ୍ଟର-୯ ସ୍ଥିତ ବିକାଶ ଇଣ୍ଡ ଗ୍ଲୋବାଲ ସ୍କୁଲରେ ଅଘଟଣ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ସ୍କୁଲ ମୁଖ୍ୟ ଫାଟକ ଭାଙ୍ଗି ତଳେ ପଡ଼ିଯିବାରୁ ୨ ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ସୁରକ୍ଷାକର୍ମୀ ଗାନ୍ଧୀରାମ ରାଉତ (୫୮) ଓ ଅନ୍ୟଜଣେ ସୁରକ୍ଷାକର୍ମୀଙ୍କ ପୁଅ ସୁରେଶ ଚୌଧୁରୀ (୧୬) । ଏନେଇ ସେକ୍ଟର-୭ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଗୁରୁବାର ରାତିରେ ମୁଖ୍ୟ ଫାଟକରେ ଡ୍ୟୁଟି କରୁଥିଲେ ଗାନ୍ଧୀରାମ ରାଉତ । ସେତିକି ବେଳେ ନିକଟରେ ରହୁଥିବା ଅନ୍ୟଜଣେ କର୍ମଚାରୀ ତ୍ରିବେଣୀ ଚୌଧୁରୀଙ୍କ ପୁଅ ସୁରେଶକୁ କେହି ପାଣି ଆଣିବାକୁ କହିଥିଲେ । ସୁରେଶ ସେଠାରେ ପହଞ୍ଚିବା ପରେ ଖୋଲା ରହିଥିବା ସଟର ଗେଟକୁ ବନ୍ଦ ପାଇଁ ସହଯୋଗ କଲା ବେଳେ ହଠାତ ଗେଟର ମଝିପାର୍ଶ୍ୱ ଭାଙ୍ଗି ତଳେ ପଡ଼ି ଯାଇଥିଲା ।

ଫଳରେ ଗେଟ୍ ତଳେ ଚାପି ହୋଇ ରହି ଯାଇଥିଲେ ଗାନ୍ଧୀରାମ ଓ ସୁରେଶ । ଘଟଣାସ୍ଥଳରେ ଗାନ୍ଧୀରାମଙ୍କ ମୃତ୍ୟୁ ହୋଇଥିବା ବେଳେ ସୁରେଶଙ୍କ ଅବସ୍ଥା ସଂକଟାପନ୍ନ ଥିଲା । ହସ୍ପିଟାଲ ନେବା ପରେ ବିଳମ୍ବିତ ରାତିରେ ସୁରେଶଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.