Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର: ଆଉ ନାହାନ୍ତି ରାଇମୋହନ ପରିଡ଼ା । ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତଦେହ ମିଳିଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କିଭଳି ପରିସ୍ଥିତିରେ କାହିଁକି ରାଇମୋହନ ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ । ୯୦ରୁ ଅଧିକ ଓଡ଼ିଆ ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ରାଇମୋହନ । ୧୫ରୁ ଅଧିକ ବଙ୍ଗାଳି ସିନେମା ସହ ୪୦ରୁ ଅଧିକ ମଞ୍ଚ ନାଟକରେ ନଜର ଆସିଥିଲେ । ତାଙ୍କ ବିୟୋଗରେ ସ୍ତବ୍ଧ ହୋଇ ଯାଇଛି ଓଡ଼ିଆ ଯାତ୍ରା ଜଗତ ସହ ଓଲିଉଡ୍ ।

ରାଇମୋହନ ନିଜ ପରିବାର ସହ ରହୁଥିବା ପଳାଶୁଣି ପ୍ରାଚୀ ବିହାର‌ ଉଦୟପୁର ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ମିଳିଛି । ବେକରେ ରଶ୍ମି ଲଗାଇ ସେ ଆତ୍ମହତ୍ୟା କରିଛନ୍ତି । ଏନେଇ ଖବର ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଥାନା ଅଧିକାରୀ ସୁଧିର ସାହୁ । ଚଳଚ୍ଚିତ୍ର ସହ ଏକାଧିକ ଯାତ୍ରାରେ ଅଭିନୟ କରୁଥିଲେ ରାଇମୋହନ ପରିଡ଼ା । ୧୯୬୩ ମସିହା ଜୁଲାଇ ୧୦ ତାରିଖରେ ସେ କେନ୍ଦୁଝର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ଖଳନାୟକ ଭୂମିକା ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ।

୧୯୮୭ ମସିହାରେ ସାଗର ଫିଲ୍ମରେ ପ୍ରଥମେ ନଜର ଆସିଥିଲେ । ଖଳନାୟକ ଚରିତ୍ରକୁ ନେଇ ଲୋକପ୍ରିୟ ରାଇମୋହନ ସତମିଛ, ଉଦଣ୍ଡି ସୀତା, ତୁ ଥିଲେ ମୋର ଡର କାହାକୁ, ରଣ ଭୂମି, ମେଣ୍ଟାଲ ଟୋକା, ସିଂହ ବାହିନୀ, କୁଳନନ୍ଦନ, କଣ୍ଢେଇ ଆଖିରେ ଲୁହ, ତୁ ଥିଲେ ମୋର ଡର କାହାକୁ ଭଳି ଚଳଚ୍ଚତ୍ରରେ ଅଭିନୟ କରିଥିଲେ । ଅଭିନୟ ପାଇଁ ରାଇମୋହନ ପରିଡ଼ାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଥିଲା ।

Leave A Reply

Your email address will not be published.