Latest Odisha News

ଆଇପିଏଲ୍ ଟାଇଟଲ୍ ସ୍ପୋନସରସିପ୍ ହାତେଇଲା ଡ୍ରିମ୍ ୧୧

ମୁମ୍ବାଇ: ବିସିସିଆଇ ଭାରତୀୟ ପ୍ରିମିୟର୍ ଲିଗ୍ (ଆଇପିଏଲ)୨୦୨୦ର ଟାଇଟଲ୍ ସ୍ପୋନସରସିପର ଅଧିକାର ଫେଣ୍ଟସି ସ୍ପୋର୍ଟ୍‌ସ ଲିଗ୍ ପ୍ଲାଟଫର୍ମ ଡ୍ରିମ୍ ୧୧କୁ ଦେଇଛି ।

ଡ୍ରିମ୍ ୧୧ ପ୍ରଥମରୁ ହିଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ପାର୍ଟନର ରହିଛି ।

ଖବର ଅନୁଯାୟୀ, ଟାଟା ସନ୍ସକୁ ପଛରେ ପକାଇ ଡ୍ରିମ୍ ୧୧ ଏହାକୁ ପ୍ରାୟ ୨୨୨ କୋଟି ଟଙ୍କାରେ ହାତେଇଛନ୍ତି ।

ତେବେ ଚାଇନିଜ୍ ଫୋନ୍ ନିର୍ମାତା କମ୍ପାନୀ ଭିଭୋ ଆଇପିଏଲ୍ ଟାଇଟଲ୍ ସ୍ପୋନସରସିପରୁ ଓହରିବା ପରେ ବିସିସିଆଇ ପକ୍ଷରୁ ନୂଆ ଟାଇଟଲ୍ ସ୍ପୋନସରଙ୍କୁ ଖୋଜୁଥିଲା । ଯେଉଁଥିରେ ବହୁ ବଡ ବଡ କମ୍ପାନୀ ସାମିଲ ରହିଥିଲେ ।

ଭିଭୋ ଗତ ୨୦୧୮ ମସିହାରୁ ୫ ବର୍ଷ ପାଇଁ ଏହି ଡିଲ୍ ସାଇନ୍ କରିଥିଲା । ପ୍ରତିବର୍ଷ ଏହା ୪୪୦ କୋଟି ଟଙ୍କା ଦେଇଥାଏ । ହେଲେ ଚଳିତ ଥର ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଉଠିଥିବା ଉତ୍ତେଜନା ଯୋଗୁଁ ଭିଭୋ ଏଥିରୁ ଓହରିବା ପାଇଁ ନିଷ୍ପତ୍ତି ନେଇଥିଲା ।

 

 

Leave A Reply

Your email address will not be published.