Latest Odisha News

ଗଣେଶଙ୍କ ଅବତାର

ପୁରୀ: ଯେପରି ଭଗବାନ ବିଷ୍ଣୁ ଏବଂ ଶିବଙ୍କ ଅନେକ ଅବତାର ରହିଛି ସେହିପରି ଗଣେଶ ମହାପ୍ରଭୁଙ୍କ ମଧ୍ୟ ଅନେକ ଅବତାର ରହିଛି । ଆସନ୍ତୁ ଜାଣିବା କେଉଁ ଯୁଗରେ ଗଜାନନ କୋଉ ରୂପରେ ଆସିଥିଲେ ।
ସତ୍ୟଯୁଗ: ସତ୍ୟଯୁଗରେ ଗଣେଶ ଭଗବାନ ସିଂହ ଉପରେ ବିରାଜମାନ ହୋଇ ପ୍ରକଟ ହୋଇଥିଲେ । ସେ କଶ୍ୟପ ଓ ଅଦିତିଙ୍କ ପାଖରେ ଶ୍ରୀଅବତାର ମହୋତକଟ ବିନାୟକ ନାମରେ ଜନ୍ମ ହୋଇଥିଲେ ।ଏହି ଅବତାରରେ ଦଶ ଭୂଜ ଗଜାନନ ନରାତ୍ନକ ନାମକ ରାକ୍ଷସକୁ ବଧ କରିଥିଲେ ।

ତ୍ରେତୟା ଯୁଗ: ଶ୍ରୀଗଣେଶ ତ୍ରେତୟା ଯୁଗରେ ମୟୂର ଉପରେ ବିରାଜମାନ ହୋଇ ଅବତାର ଗ୍ରହଣ କରିଥିଲେ । ଉମାଙ୍କ ଗର୍ଭରୁ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଜନ୍ମ ଗ୍ରହଣ କରିଥିଲେ । ଶ୍ୱେତ ରୂପ ଏବଂ ମୟୂରେଶ୍ୱର ନାମରେ ସେ ତିନି ଲୋକରେ ପରିଚିତ ହୋଇଥିଲେ । ୬ ଭୂଜ ରୂପୀ ଗଣେଶ ସିନ୍ଧୁ ନାମକ ରାକ୍ଷସକୁ ବଧ କରିଥିଲେ । ଏହି ଜନ୍ମରେ ସେ ବ୍ରହ୍ମ ଦେବଙ୍କ କନ୍ୟା ସିଦ୍ଧି ଓ ରିଦ୍ଧିଙ୍କୁ ବିବାହ କରିଥିଲେ ।
ଦ୍ୱାପର ଯୁଗ:
ଦ୍ୱାପର ଯୁଗରେ ମାଆ ପାର୍ବତୀଙ୍କ ଗର୍ଭରୁ ସେ ଜନ୍ମ ଗ୍ରହଣ କରିଥିଲେ । ଲାଲ ରୂପୀ ଗଣେଶଙ୍କୁ ଜନ୍ମର କିଛି ଦିନ ପରେ ପାର୍ବତୀ ଜଙ୍ଗଲରେ ଛାଡି ଦେଇଥିଲେ । ସେଠାରେ ପରାଶର ମୁନୀ ତାଙ୍କ ଲାଳନ ପାଳନ କରିଥିଲେ । ଏହି ଅବତାରରେ ମୂଷାକୁ ବାହନ କରିଥିବା ଗଜାନନ ସିନ୍ଦୁରାସୁରକୁ ବଧ କରିଥିଲେ । କେତେକଙ୍କ ମତରେ ସେ ପରାଶର ମୁନୀଙ୍କ ଘରେ ଗଜମୁଖ ନାମରେ ଜନ୍ମ ଗ୍ରହଣ କରିଥିଲେ । ଗଜମୁଖ ଅସୁରଙ୍କୁ ମାରିଥିବାରୁ ସେ ଅନୁସାରେ ତାଙ୍କ ନାମକରଣ ହୋଇଥିଲା ।

କଳିଯୁଗ: କଳିଯୁଗରେ ଗଣେଶ ଘୋଡା ଉପରେ ସବାର ହୋଇ ଆସିବେ ବୋଲି କେତେକ ପୌରାଣିକ ଗ୍ରନ୍ଥରେ ଲେଖା ହୋଇଛି । ଏହି ଜନ୍ମରେ ତାଙ୍କ ନାମ ଧୂର୍ମବର୍ଣ୍ଣ କିମ୍ବା ଶୂର୍ପକର୍ଣ୍ଣ ହେବ । ନୀଳ ରଙ୍ଗର ଘୋଡା ଉପରେ ଚତୁଃଭୂଜ ରୂପରେ ବିରାଜମାନ ହେବେ ।
ମହାଭାରତର ଲେଖକ: ୩ଟି ଜନ୍ମ ପରେ ଗଣେଶ ମହାଭାରତ ଲେଖିଥିଲେ । ଗ୍ରନ୍ଥର ପ୍ରକୃତ ରଚିୟତା ବେଦବ୍ୟାସଙ୍କ ଅନୁୂରୋଧ କ୍ରମେ ଗଣେଶ ଏହାକୁ ଲେଖୁଥିଲେ । ବେଦବ୍ୟାସଙ୍କ ସର୍ତ ଥିଲା ଯେଉଁ ଶ୍ଲୋକ ବୁଝିବା ପରେ ଆଗକୁ ଲେଖିବେ । ଏଥିଯୋଗୁ ବେଦବ୍ୟାସଙ୍କୁ ତାଙ୍କର ଅନ୍ୟ କାର୍ଯ୍ୟ କରିବାକୁ ସମୟ ମିଳିଥାଏ ।

Leave A Reply

Your email address will not be published.