Latest Odisha News

BREAKING NEWS

କରୋନା ଲକ୍‌-ଡାଉନ୍‌; ଅର୍ଡର କଲେ ଡ୍ରୋନ୍ ପହଂଚାଉଛି ଗୁଟଖା ଓ ପାନମସଲା !

ଗୁଜରାଟ: ସାରା ଦେଶରେ ଲକ୍‌-ଡାଉନ୍ । ସଙ୍ଗରୋଧ ଓ ସାମାଜିକ ଦୂରତ୍ୱକୁ ଅବଲମ୍ବନ କରୁଛନ୍ତି ଦେଶବାସୀ । ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଲେ ମୁଖ୍ୟତଃ ନିଶାଦ୍ରବ୍ୟ ଗୁଡିକ ଉପରେ ପ୍ରତିବନ୍ଧକ ଲାଗିଛି ।

ହେଲେ ନିଶାଦ୍ରବ୍ୟ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଖାତିର କରୁନାହାନ୍ତି ଗୁଜରାଟ ବାସିନ୍ଦା । ଘରେ ବସି ଫୋନ୍‌ରେ ଅର୍ଡର କରୁଛନ୍ତି । ଡେଲିଭରୀ ବୟ କିମ୍ବା କୋରିଅର ନୁହେଁ ଡ୍ରୋନ ଜରିଆରେ ଘରେ ପହଂଚୁଛି ମନ ମୁତାବକ ଗୁଟ୍‌ଖା ଓ ପାନମସଲା ।

 

View this post on Instagram

 

ગુજરાતીઓ પાન-મસાલા માટે કંઈપણ કરી શકે તે ફરી એકવાર સાબિત થઈ ગયું….કોરોનાની આ મહામારીના સમયમાં પણ મોરબીમાં ડ્રોનથી મસાલો લેવામાં આવ્યો.. પોલીસને જાણ થતાજ કારવાઈ કરવામાં આવી છે…. આવું જોખમ ના ખેડો? Courtesy:- Social Media #morbi #lockdown2020 #lockdown #panmasala #gujaratpolice #ahmedabad #rajkot #surat #baroda #gujju #gujjuthings #gujjugram #gujju_vato #gujjustyle #gujjuworld #gujjuwood #gujjuness #gujjuchu #drone #dronephotography #dronestagram #tiktok #tiktokgujju

A post shared by પારકી પંચાત (@parki_panchat) on

ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟି ଗୁଜରାଟର ମୋର୍ବି ସହରର । ଯେଉଁଠି ଡ୍ରୋନ୍ ଜରିଆରେ ଗୁଟ୍‌ଖା ଓ ପାନମାସଲା ହେଉଛି ହୋମ ଡେଲିଭରୀ ।

ଇନଷ୍ଟାଗ୍ରମରେ ଅପଲୋଡ ହୋଇଥିବା ଏହି ଭିଡିଓର କ୍ୟାପ୍ସନ୍‌ରେ କିଛି ଏପରି ଲେଖାହୋଇଛି “ଲକ୍‌-ଡାଉନ୍ ସମୟରେ ଗୁଜରାଟ ଲୋକ ପାନ ମସଲା ପାଇଁ କିଛି ବି କରିପାରିବେ । ମୋର୍ବିି ସହରରେ ଡ୍ରୋନ୍ ଜରିଆରେ ପାନ ମସଲା ର ହୋମ ଡେଲିଭରୀ” ।

ମିଳିଥିବା ସୂଚନା ଅନୁଯାୟୀ ଏହି ଭିଡିଓ ଓ ପାନମସଲା କାରବାରରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.