Latest Odisha News

BREAKING NEWS

ସାଂସଦ ସୁରେଶ ପୂଜାରୀଙ୍କ ଘର ପାଖରେ ପଡ଼ିଲା ଡ୍ରୋନ୍

ଝାରସୁଗୁଡା: ସାଂସଦ ସୁରେଶ ପୂଜାରୀଙ୍କ ଘର ପାଖରେ ଖସି ପଡ଼ିଲା ଡ୍ରୋନ୍‌ । ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ପଡିଛି ଏହି ଡ୍ରୋନଟି । ତେବେ ସନ୍ଦିଗ୍ଧ ଡ୍ରୋନ୍ କାହାର ଜଣାପଡ଼ିନଥିବା ବେଳେ ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି ।

ସେପଟେ ଡ୍ରୋନ୍‌କୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସାଂସଦ ସୁରେଶ ପୂଜାରୀ । କିଏ ଏବଂ କେଉଁ ଉଦ୍ଦେଶ୍ୟ ନେଇ ଏହାକୁ ଅପରେଟ କରୁଥିଲା ସେନେଇ ସନ୍ଦେହ ପ୍ରକଟ କରିଛନ୍ତି ସୁରେଶ । ଏ ସଂପର୍କରେ ଏସ୍ପିଙ୍କୁ ଜଣାଇବା ପରେ ପୋଲିସ ପହଞ୍ଚିଥିବା କହିଛନ୍ତି ସାଂସଦ ସୁରେଶ ପୂଜାରୀ ।

Leave A Reply

Your email address will not be published.