Latest Odisha News

ମାଟ୍ରିକ ପରୀକ୍ଷା ପୂର୍ବରୁ ଆସନ୍ତାକାଲି ହେବ ଡ୍ରାଏ ରନ୍‌

ଭୁବନେଶ୍ଵର: ୧୦ମ ବୋର୍ଡ ପରୀକ୍ଷା ପୂର୍ବରୁ ଆସନ୍ତାକାଲି ହେବ ଡ୍ରାଏ ରନ୍‌ । ଡ୍ରାଏ ରନ୍‌ ହେବା ନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ୍‌ ଦେଖିପାରିବ ବୋର୍ଡ । ସବୁ ଷ୍ଟ୍ରଙ୍ଗ ରୁମ୍‌ରୁ ଲାଇଭ୍‌ ଫୁଟେଜ ଉପରେ ବୋର୍ଡ ନଜର ରଖିବ । ତେବେ ବର୍ଷା ପୂର୍ବାନୁମାନ ନେଇ ମଧ୍ୟ ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଶ୍ରୀକାନ୍ତ ତରାଇ । ଆଜି ଅପରାହ୍ନ ସୁଦ୍ଧା ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ ବୋଲି କହିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।

ତେବେ ଆସନ୍ତା ଫେବୃଆରୀ ୨୧ ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଉଭୟ ରେଗୁଲାର ଏକ୍ସ ରେଗୁଲାର ପାଇଁ ଅନୁଷ୍ଠିତ ହେବ ପରୀକ୍ଷା। ଫ୍ରେବୁଆରୀ ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ଚାଲିବ । ପରୀକ୍ଷା ସକାଳ ୯ ରୁ ଆରମ୍ଭ ହୋଇ ୧୧.୩୦ ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ । ଅର୍ଥାତ ୧୧.୩୦ ପରିବର୍ତ୍ତେ ୧୧.୪୫ ରେ ଶେଷ ହେବ ଗଣିତ ପରୀକ୍ଷା। ଉଭୟ ରେଗୁଲାର ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂ ଓ ଗୋଟିଏ ପ୍ରଶ୍ନ ପତ୍ରରେ ହେବ।

ସକାଳ ୭ଟା ୩୦ ମିନିଟରେ ପରୀକ୍ଷା କେନ୍ଦ୍ର ଖୋଲିବ । ୮ଟା ୩୦ ମିନିଟରେ ଓଏମଆର ସିଟ୍ ଏବଂ ୮ଟା ୪୫ ମିନିଟରେ ପ୍ରଶ୍ନ-ଉତ୍ତର ପୁସ୍ତିକା ବଣ୍ଟନ କରାଯିବ। ୮ଟା ୪୫ ମିନିଟରୁ ୯ ଟା ମଧ୍ୟରେ ପରୀକ୍ଷାର୍ଥୀମାନେ ଓଏମଆର ସିଟ୍‌ର ପ୍ରଥମ ପୃଷ୍ଠା ଭରିବେ । ନିରୀକ୍ଷକମାନେ ଉପସ୍ଥିତ ଏବଂ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ତଥ୍ୟ ଦେବେ । ଏମ୍‌ଟିଏଚ୍ ନିମନ୍ତେ ୧୦ଟା ୧୫ ମିନିଟରୁ ୧୧ଟା ୧୫ ମିନିଟ ପର୍ଯ୍ୟନ୍ତ ସମୟ ମିଳିବ। ଦିବ୍ୟାଙ୍ଗ ପ୍ରମାଣପତ୍ର ଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଏହି ନିୟମ କୋହଳ କରାଯିବ। ଯାହା ପାଇଁ ଅଭିଭାବକମାନେ ପରୀକ୍ଷାର୍ଥୀଙ୍କ ଦିବ୍ୟାଙ୍କ ପ୍ରମାଣପତ୍ର ସହ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ଆବେଦନ କରିବାକୁ ପଡ଼ିବ ।

Comments are closed.