Latest Odisha News

ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ, ୬.୮ତୀବ୍ରତାରେ ଥରିଲା ଦ୍ୱୀପପୁଞ୍ଜ

ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ସୋମବାର ଦିନ ଇଣ୍ଡୋନେସିଆର ଦକ୍ଷିଣ-ପୂର୍ବ ଭାଗରେ ଥିବା ତାନିମ୍ବର ଦ୍ୱୀପପୁଞ୍ଜରେ ୬.୮ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ସୂଚନା ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ଦେଇଛି ।

GFZ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କି.ମି ଗଭୀରରେ ଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ମଧ୍ୟ ଏହି ଭୂମିକମ୍ପକୁ ନିଶ୍ଚିତ କରିଛି। ସ୍ଥାନୀୟ ସମୟ ଅପରାହ୍ନ ୨:୪୯ ରେ ଭୂମିକମ୍ପ ହୋଇଥିଲା।

ଭୂମିକମ୍ପ ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବର୍ତ୍ତମାନ କୌଣସି ଧନଜୀବନ କ୍ଷୟକ୍ଷତିର ସୂଚନା ଆସିନାହିଁ । ସୂଚନାଥାଉକି, ଯେଉଁଠାରେ ଭୂମିକମ୍ପ ହୋଇଛି ତାହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ। ତାନିମ୍ବର ଦ୍ୱୀପପୁଞ୍ଜ ପ୍ରଶାନ୍ତ ମହାସାଗରୀୟ ‘ରିଙ୍ଗ୍ ଅଫ୍ ଫାୟାର’ର ଅଂଶ, ଯାହାକୁ ପୃଥିବୀର ସବୁଠାରୁ ଭୂମିକମ୍ପପ୍ରବଣ ଅଞ୍ଚଳ ଭାବରେ ବିବେଚନା କରାଯାଏ।

ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି ଏବଂ କୌଣସି ସୁନାମି ଚେତାବନୀ ଜାରି ହୋଇ ନାହିଁ।

Comments are closed.