Latest Odisha News

BREAKING NEWS

ଟିକ୍‌ଟକ୍‌ରେ ଡାନ୍ସ ଭିଡିଓ ଅପଲୋଡ୍ କରି ଜେଲ୍ ଓ ଜରିମାନା !

ଇଜିପ୍ଟ: ଭାରତରେ ବ୍ୟାନ୍ ହୋଇଛି ଟିକ୍‌ଟିକ୍ । ହେଲେ ଅନ୍ୟ ଦେଶରେ ଏବେ ବି ଜାରି ରହିଛି ଏହି ନିଶା । ତେବେ ଟିକ୍‌ଟିକ୍‌ରେ ଡାନ୍ସ ଭିଡିଓ ଅପଲୋଡ୍ କରି ଏକ ଦେଶରେ ଦୁଇ ଛାତ୍ରୀଙ୍କୁ ୨ବର୍ଷ କାରାଦଣ୍ଡ ସହ ମୋଟା ଅଙ୍କର ଜରିମାନା ଦେବାକୁ ପଡିଛି ।

ସୋମବାର ଟିକ୍‌ଟକ୍‌ରେ ଅଶାଳୀନ ନୃତ୍ୟୁ କରିବା ଅଭିଯୋଗରେ କାଇରୋର ଏକ ସ୍ଥାନୀୟ କୋର୍ଟ ତାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ କେବଳ କାରାଦଣ୍ଡ ନୁହେଁ ବରଂ ପ୍ରତ୍ୟେକଙ୍କୁ ୧୯ହଜାର ଡଲାର୍ ମଧ୍ୟ ଜରିମାନା ରୂପେ ଦେବାକୁ ପଡିଛି । ୨୦ ବର୍ଷୀୟ ଛାତ୍ରୀ ହନିନ୍ ହସମ୍ ଓ ୨୨ ବର୍ଷୀୟ ମାୱାଡା ଏଲାଦମ୍‌ଙ୍କ ସମେତ ତାଙ୍କ ସହଯୋଗୀଙ୍କ ବିରୋଧରେ କୋର୍ଟ ରାୟ ଶୁଣାଇଛନ୍ତି ।

ସୋସିଆଲ ମିଡିଆରେ ଦୁହିଁଙ୍କ ବହୁ ଫଲୋଅର୍ସ ଥିବାବେଳେ ଅନେକ ଆପତ୍ତିଜନକ ଫଟୋ ମଧ୍ୟ ଶେୟାର ହୋଇଥିଲା । ଗିରଫ ଦୁଇ ଛାତ୍ରୀ କୋର୍ଟରୁ ଭାଙ୍ଗିପଡିଥିବାବଳେ ସେମାନଙ୍କ ଓକିଲ ବି ଅସହାୟ ହୋଇପଡିଥିଲେ । ଇଜିପ୍ଟର କଡା ଆଇନ ଆଗରେ ସେମାନଙ୍କ ଫଲୋଅର୍ସ ବଢାଇବା ନିଶା ମହଙ୍ଗା ପଡିଥିଲା ।

Leave A Reply

Your email address will not be published.