Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଅମୁଲକୁଲ କ୍ୟାନ୍ ଭିତରୁ ଉଦ୍ଧାର ହେଲା ସାପ

ଅନୁଗୁଳ : କ୍ୟାନ୍ ଭିତରୁ ଉଦ୍ଧାର ହେଲା ସାପ । ବାହାରେ ପରିତ୍ୟକ୍ତ ସ୍ଥାନରେ ପଡ଼ିରହିଥିଲା ଅମୂଲକୁଲ କ୍ୟାନ୍ । ଆଉ ସେଥିରେ ଫସିଯାଇଥିଲା ଏହି ସାପଟି । ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଅନୁଗୁଳ ପିଡବ୍ଲ୍ୟୁଡି କଲୋନୀରେ। ଜଣେ ବ୍ୟକ୍ତିଙ୍କ ବାରିପଟେ ଅଳିଆଗଦାରେ ପଡିଥିବା ଅମୁଲକୁଲ କ୍ୟାନରେ ସାପଟି ଫସିଯାଇଥିଲା। କ୍ୟାନ୍ ଭିତରେ ମୁଣ୍ଡ ପୁରାଇ ଦେଇଥିବା ବେଳେ ସେଥିରୁ ବାହାରିପାରିନଥିଲା। କ୍ୟାନ୍ ଭିତରେ ମୁଣ୍ଡ ପୁରାଇ ସାପଟି ଏପଟ ସେପଟ ହେଉଥିବା ବେଳେ ଦେଖିଥିଲେ ଘର ମାଲିକ।

ଦୀର୍ଘ ସମୟ ଚେଷ୍ଟା କରିବା ପରେ ବି ସାପଟି ସେଥିରୁ ବାହାରିପାରିନଥିଲା। ଶେଷରେ ଘଟଣାସ୍ଥଳରେ ପହଞ୍ଚିଥିଲେ ସ୍ନେକ ହେଲପଲାଇନ୍ ସଦସ୍ୟ ବାବା ଅମିତ୍। ଅଧା ଘଣ୍ଟାଏ କସରତ ପରେ ସାପଟିକୁ ସୁରକ୍ଷିତ ଭାବେ କ୍ୟାନରୁ ବାହାର କରାଯାଇଥିଲା।

ସାପଟିକୁ ଉଦ୍ଧାର କରାଯାଇ ସହର ନିକଟସ୍ଥ ଆବ।।ସସ୍ଥଳୀରେ ଛାଡି ଦିଆଯାଇଛି ।

Leave A Reply

Your email address will not be published.