Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପୁରୀ ଏମାର ମଠରୁ ରାମାନୁଜାଚାର୍ଯ୍ୟଙ୍କ ମୂଲ୍ୟବାନ ମଙ୍ଗଳଗିରି ତୋରଣ ଗାଏବ !

ପୁରୀ ଏମାର ମଠରୁ ରାମାନୁଜାଚାର୍ଯ୍ୟଙ୍କ ମୂଲ୍ୟବାନ ମଙ୍ଗଳଗିରି ତୋରଣ ଗାଏବ ହୋଇ ଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚତା ସାଢ଼େ ୩ଫୁଟ ଏବଂ ଓଜନ ୩ କିଲୋଗ୍ରାମରୁ ଅଧିକ ହେବ। ଗୁରୁବାର ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ଶୋଭାଯାତ୍ରା ପାଇଁ ମଙ୍ଗଳଗିରି ତୋରଣ ଖୋଜିବା ବେଳେ ଏଭଳି ଘଟଣା ପଦାକୁ ଆସିଛି । ଏହି ମୂଲ୍ୟବାନ ତୋରଣକୁ ନେଇ ଦେବୋତ୍ତର ବିଭାଗ ଅଧିକାରୀ କେଉଁଠି ରଖୁଛନ୍ତି ନା ମଠ ଟ୍ରଷ୍ଟବୋର୍ଡ ଜିମାନିମାରେ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ନିଖୋଜ ତୋରଣର ମୂଲ୍ୟ କୋଟି କୋଟି ଟଙ୍କା ହେବ। ଶେଷଥର ପାଇଁ ୨୦୧୨ ରାମାନୁଜ ଜୟନ୍ତୀରେ ତାହାକୁ ଦେଖିବାକୁ ମିଳିଥିଲା।

ପ୍ରତ୍ୟେକ ବର୍ଷ ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ରାମାନୁଜଙ୍କ ଅଷ୍ଟଧାତୁ ମୂର୍ତ୍ତି ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ପରିକ୍ରମା କରି ଥାଆନ୍ତି । ମୂର୍ତ୍ତି ଉପରେ ମଙ୍ଗଳଗିରି ତୋରଣ ଶୋଭା ପାଇଥାଏ। ଖୋଜାଖୋଜି ପରେ ତୋରଣ ନମିଳିବାରୁ ଜାଣିଶୁଣି ରାମାନୁଜାଚାର୍ଯ୍ୟଙ୍କୁ ଆଉ ଶୋଭାଯାତ୍ରାକୁ ବାହାର କରାଯାଉ ନାହିଁ । ରାମାନୁଜାଚାର୍ଯ୍ୟଙ୍କ ସୁନା ପ୍ରଲେପଯୁକ୍ତ ବିରଳ ଅଷ୍ଟଧାତୁ ମୂର୍ତ୍ତି ସୁରକ୍ଷିତ ରହିଛି । ତେବେ ଏହି ତୋରଣ ସୁନା ର ହୋଇ ଥିବା କୁହାଯାଉଥିବା ବେଳେ ଏମାର ମଠ ର ଅନ୍ତରାଣୀ ଟ୍ରଷ୍ଟ ସଦସ୍ୟ କହିଛନ୍ତି ଘଟଣା ର ତଦନ୍ତ ହେବ। ଏହା ପିତ୍ତଳ ଥିଲା ସୁନାର ନୁହେଁ ।

ତେବେ ଗତ ୨୦୧୧ ମସିହାରେ ୫୨୨ ଖଣ୍ଡ ରୂପା ଇଟା ଓ ୨୦୨୧ ରେ ୪୫ ଖଣ୍ଡ ରୁପା ଇଟା ଉଦ୍ଧାର ହୋଇ ଥିଲା ଏମାର ମଠରୁ । ଏହା ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ଥିଲା । ପୁରୀରେ ସବୁଠୁ ଧନିଶାଳୀ ମଠ ଭାବେ ଏମାର ମଠ ବେଶ ଜଣାଶୁଣା । ପୁଣି ମଠରୁ ମୂଲ୍ୟବାନ ତୋରଣ ଗାଏବ ଘଟଣା ଏବେ ଏମାର ମଠକୁ ଚର୍ଚ୍ଚା ପରିସରକୁ ଆଣିଛି ।

 

Leave A Reply

Your email address will not be published.