ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ୫ ଲକ୍ଷ ରନ ପୂର୍ଣ୍ଣ କରିଛି । ଏଥିସହ ବିଶ୍ୱର ପ୍ରଥମ ଟିମ୍ ହେବାର ଗୌରବ ମଧ୍ୟ ଅର୍ଜନ କରିଛି ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୨୨ତମ ଟେଷ୍ଟ ଖେଳିବା ଅବସରରେ ଦଳ ଏହି ସଫଳତା ହାସଲ କରିଛି । ଅଷ୍ଟ୍ରେଲିଆ ୮୩୦ ଟେଷ୍ଟରେ ୪୩୨୭୦୬ ରନ କରି ଦ୍ୱିତୀୟ ସ୍ଥାନରେ ଏବଂ ଭାରତ ୫୪୦ ମ୍ୟାଚରେ ୨୭୩୫୧୮ ରନ କରି ତୃତୀୟ ସ୍ଥାନ ହାସଲ କରିଛି ।
ଏଥିସହିତ ୱେଷ୍ଟଇଣ୍ଡିଜ ୫୪୫ ମ୍ୟାଚରେ ୨୭୦୪୪୧ ରନ ସହ ୪ର୍ଥ ସ୍ଥାନରେ ରହିଛି ।
ସେହିପରି ବିଦେଶୀ ମାଟିରେ ୫୦୦ରୁ ଊର୍ଦ୍ଧ୍ୱ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛି । ଭାରତ ବିଦେଶ ମାଟିରେ ୨୬୮ ମ୍ୟାଚ ଖେଳିଥିବା ବେଳେ ୫୧ରେ ବିଜୟ ହାସଲ କରିଛି ।
ଭାରତ ତୃତୀୟ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୪୦୪ ଟେଷ୍ଟ ଖେଳି ଦ୍ୱିତୀୟ ସ୍ଥାନରେ ରହିଛି ।
Comments are closed.