Latest Odisha News

BREAKING NEWS

ଏପ୍ରିଲ ୧ ତାରିଖ ଠାରୁ ବଢ଼ିବ ଔଷଧ ମୂଲ୍ୟ, ପେନ୍‌କିଲର୍ସ ଓ ଆଣ୍ଟିବାୟୋଟିକ୍ ଭଳି ଦରକାରୀ ଔଷଧ ହେବ ମହଙ୍ଗା

ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖ ଠାରୁ ବଢ଼ିବ ଔଷଧ ମୂଲ୍ୟ। ପେନ୍‌ କିଲର୍ସ, ଆଣ୍ଟିବାୟୋଟିକ୍, ଆଣ୍ଟ-ଇନ୍‌ଫେକ୍ଟିଭ୍ ଓ ହୃଦରୋଗ ସମ୍ପର୍କିତ କିଛି ଅତ୍ୟାବଶ୍ୟକ ଔଷଧର ମୂଲ୍ୟରେ ୧୨ ପ୍ରତିଶତ ବୃଦ୍ଧି ହେବ ବୋଲି ସୂଚନା ମିଳିଛି।

ପୂର୍ବରୁ ମହଙ୍ଗାମାଡ଼ ସହୁଥିବା ସାଧାରଣ ଜନତା ପାଇଁ ଏହା ଏକ ବଡ଼ ଝଟ୍‌କା। ଔଷଧର ଦର ବୃଦ୍ଧି ନେଇ ସୋମବାର ମୂଲ୍ୟ ନିର୍ଦ୍ଧାରକ ରାଷ୍ଟ୍ରୀୟ ଔଷଧୀ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (NPPA) ସୋମବାର ସୂଚନା ଦେଇସାରିଛି। ) ଖୁଚୁରା ମୂଲ୍ୟ ସୂଚକାଙ୍କ(WPI)ରେ ବାର୍ଷିକ ମୂଲ୍ୟ ପରିବର୍ତ୍ତନ ୨୦୨୨ ଅନୁସାରେ ଔଷଧର ମୂଲ୍ୟ ୧୨ ପ୍ରତିଶତ ବୃଦ୍ଧି କରାଯାଇପାରେ।

ବର୍ତ୍ତମାନ ମହଙ୍ଗା ସ୍ଥିତି ରହୁଥିବାରୁ ଔଷଧ ତିଆରି କରିବା ପାଇଁ ଆବଶ୍ୟକୀୟ କଞ୍ଚାମାଲ ବିଦେଶରୁ ଆମଦାନୀ କରିବା ମହଙ୍ଗା ପଡ଼ୁଛି। ଏଥିସହିତ ଔଷଧର ପ୍ୟାକେଜିଂ କରିବା ଓ ପରିବହନ ଖର୍ଚ୍ଚ ମଧ୍ୟ ବଢିଛି। ଏସବୁକୁ ନଜରରେ ରଖି ଫାର୍ମା କମ୍ପାନୀଗୁଡ଼ିକ ଔଷଧର ମୂଲ୍ୟ ବୃଦ୍ଧି କରିବା ନେଇ ଅନେକ ଦିନ ହେଲା ଦାବି କରି ଆସୁଛନ୍ତି। ସୂଚନା ଥାଉକ ଗତବର୍ଷ ଏପ୍ରିଲ ପହିଲାରେ ମଧ୍ୟ ୮୦୦ ଅତ୍ୟାବଶ୍ୟକୀୟ ଔଷଧର ମୂଲ୍ୟ ୧୦.୭ ପ୍ରତିଶତ ବୃଦ୍ଧି ହୋଇଥିଲା।

Leave A Reply

Your email address will not be published.