Latest Odisha News

BREAKING NEWS

ଆରପାରିରେ ୟୁଫୋରିଆ ଅଭିନେତା ଆଙ୍ଗସ କ୍ଲାଉଡ

ଲସ ଆଞ୍ଜେଲସ: ଆରପାରିରେ ୟୁଫୋରିଆର ୨୫ ବର୍ଷିୟ କୋ-ଷ୍ଟାର ଆଙ୍ଗସ କ୍ଲାଉଡ । ତାଙ୍କର ସୋମବାର ପରଲୋକ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ହେଲେ ଆଙ୍ଗସ କ୍ଲାଉଡଙ୍କ କିପରି ମୃତ୍ୟୁ ହେଲା ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ ।

ଆଙ୍ଗସ କ୍ଲାଉଡ ଏମି ପୁରସ୍କାର ବିଜେତା ଥିଲେ । ସେ ଏଚବିଓ ଡ୍ରାମା ସିରିଜରେ ଲୋକୋନିକ ଡ୍ରଗ ଡିଲର ଫେଜକୋ‘ଫେଜ’ ଓ ନେଲିଙ୍କ ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କର ଚିତାକର୍ଷକ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ନିକଟରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ଏହାକୁ ନେଇ ସେ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ । ପରେ ତାଙ୍କର ମାନସିକ ସମସ୍ୟା ଦେଖାଦେଇଥିଲା । ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହେଲେ ତାଙ୍କର ଏପରି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅନ୍ୟ କଳାକାର ଓ ତାଙ୍କ ପ୍ରଶଂସକମାନେ ।

Leave A Reply

Your email address will not be published.