Latest Odisha News

BREAKING NEWS

୨ ଥର ବିବାହ କରି ବି ୪୫ ବର୍ଷ ବୟସରେ ଏକା ଅଭିନେତ୍ରୀ ଦୀପଶିଖା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପଶିଖା ନାଗପାଲ । ବର୍ଷ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି । ଦୀପଶିଖା ତାଙ୍କ ଜୀବନରେ ଦୁଇ ଥର ବିବାହ କରିଛନ୍ତି । ହେଲେ ଦୁଇ ଥର ଛାଡ଼ପତ୍ର ହେବା ପରେ ଏବେ ସେ ପୁରା ଏକାକୀ ଜୀବନ କାଟୁଛନ୍ତି । ୪୫ ବର୍ଷ ବୟସରେ ଏକା ରହିବା କେତେ ଯନ୍ତ୍ରଣା ଦାୟକ ତାହା ମୁଁ ଜାଣିଛି ବୋଲି କହିଛନ୍ତି ଦୀପଶିଖା ।

ଦୀପ୍‌ଶିଖା ଅନେକ ଧାରାବାହିକରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଛନ୍ତି । ଏଥିସହ ବହୁ ଫିଲ୍ମରେ ବି ନଜର ଆସିିଛନ୍ତି । ୧୯୯୭ ମସିହାରେ ସେ ଜିତ ଉପେନ୍ଦ୍ରଙ୍କୁ ବିବାହ କରିଥିଲେ । କିଛି ବର୍ଷ ହସଖୁସିରେ ଜୀବନ କଟିଥିଲା ତାଙ୍କର । ୨୦୦୭ ମସିହାରେ ଛାଡପତ୍ର ହୋଇଥିଲେ । ପରେ ଦୀପଶିଖା ୨୦୧୨ ରେ କୌଶବ ଆରୋରାଙ୍କୁ ବିବାହ କରିଥିଲେ । ତଥାପି ଏହି ବିବାହ ବି ବେଶୀ ଦିନ ତିଷ୍ଠି ପାରିଲା ନାହିଁ । ସେମାନେ ୨୦୧୬ ରେ ଛାଡପତ୍ର ହୋଇଥିଲେ । ସେ କହିଛନ୍ତି ଯେ, ମୋର ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି । ଲୋକଙ୍କ ଭଲପାଇବା ଯୋଗୁ ମୁଁ ବହୁତ ଖୁସିରେ ଅଛି । ହେଲେ ବ୍ୟକ୍ତିଗତ ଜୀବନ ଖୁବ୍ ଯନ୍ତ୍ରଣାଦାୟକ । ପ୍ରତ୍ୟେକ ମହିଳାଙ୍କର ଜଣେ ସାଥୀ ଦରକାର ,ଯାହା ଏବେ ମୁଁ ମିସ୍ କରେ । ମୁଁ ମୋର ଦୁଇଟି ପିଲାଙ୍କୁ ନେଇ ଏକା ରହୁଛି । ଆଜିର ଦୁନିଆରେ ପିଲାଙ୍କୁ ଏକା ପାଳିବା କେତେ ଯେ କଷ୍ଟ ତାହା ମୁଁ ଅନୁଭବ କରିଛିି । ଏକୁଟିଆ ରହିଲେ ମଣିଷ କଠୋର ଓ ପରିଶ୍ରମୀ ହୋଇଯାଏ, ଯାହା ମୋ କ୍ଷେତ୍ରରେ ଘଟିଛି । ନିକଟରେ ମୋର ଶରୀର ଅସୁସ୍ଥ ହେବାରୁ ଛୋଟ ଅସ୍ତ୍ରୋପଚାର କରାଯାଇଥିଲା । ସେତେବେଳେ ବେଶୀ ଫିଲ୍ କଲି ଜଣେ ସାଥୀର ।

Leave A Reply

Your email address will not be published.