Latest Odisha News

BREAKING NEWS

ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ, ଶାସକ-ବିରୋଧୀଙ୍କ ମୁହାଁମୁହିଁ ଭିତରେ ସଜାଗ କଲେ ସୌମ୍ୟ

ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ମଙ୍ଗଳବାର ଉଠିଥିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଶାସକ ଦଳକୁ ଟାର୍ଗେଟ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ମହାନଦୀ ଜଳ ବିବାଦ ନେଇ ଗୃହରେ ବହୁତ ଥର ଆଲୋଚନା ହୋଇଛି । ମହାନଦୀ ବିବାଦକୁ ନେଇ 2017ରେ ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ହୋଇଥିବା କମିଟି ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବି ଗୋଟେ କମିଟି ହୋଇଥିଲା । କିନ୍ତୁ ମୁଁ ଜାଣିବାକୁ ଚାହୁଁଛି, ଏହି ଦୁଇଟି କମିଟିର ବୈଠକ କେବେ ବସିଥିଲା ଆଉ କମିଟି କ’ଣ ପ୍ରସ୍ତାବମାନ ଦେଇଛନ୍ତି । ରାଜ୍ୟ ସରକାର ସବୁର ପୂର୍ଣ୍ଣାଙ୍ଗ ରିପୋର୍ଟ ଗୃହରେ ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି ଜୟନାରାୟଣ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଆସନ୍ତାମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ଜାପାନ ବାହାରିଛନ୍ତି, ଆଉ ଏପଟେ ଗୃହରେ ମହାନଦୀକୁ ନେଇ ମୋସନ ଆଲୋଚନା ହେବ । ତେଣୁ ଏହାର କଣ ଗୁରୁତ୍ବ ରହିବ ବୋଲି  ପ୍ରଶ୍ନ କରିଛନ୍ତି  ନରସିଂହ ମିଶ୍ର । ମୁଖ୍ୟମନ୍ତ୍ରୀ ମହାନଦୀ ଆଲୋଚନା ସମୟରେ ଗୃହରେ ଉପସ୍ଥିତ ରହିଲେ ଭଲ ହେବ ବୋଲି କହିଛନ୍ତି ନରସିଂହ ।

ମହାନଦୀକୁ ନେଇ ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ସୌମ୍ୟରଞ୍ଜନ କହିଛନ୍ତି, ମହାନଦୀର ଜଳସ୍ତର ଦେଖି ଅତ୍ୟନ୍ତ ଭୟ ଲାଗିଲାଣି । ବର୍ଷା ଋତୁ ଆସି ନାହିଁ ଏବଂ ଖରା ଆରମ୍ଭ ହୋଇଛି ମାତ୍ର, ଏହି ସମୟରେ ମହାନଦୀର ଜଳସ୍ତର କମିଲେ ଅବସ୍ଥା କଣ ହେବ ସହଜରେ ଅନୁମେୟ ବୋଲି ସୌମ୍ୟରଞ୍ଜନ କହିଛନ୍ତି । ଏଥିସହ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଟ୍ରିବୁନାଲ ଉପରେ ନିର୍ଭର ନ କରି ଭବିଷ୍ୟତ ପାଇଁ ଯୋଜନା କରିବା ଦରକାର । ଛତିଶଗଡ ସରକାର ଯଦି ଆନିକଟ କରି ପାଣି ଅଟକାଇଛନ୍ତି, ଆମେ ମଧ୍ୟ ଆମ ମହାନଦୀ ପାଣି ଅଟକାଇବାର ବ୍ୟବସ୍ଥା କରିବା ଆବଶ୍ୟକ । ସମୁଦ୍ରକୁ ଯେଉଁ ଜଳ ବହିଯାଉଛି ତାହାକୁ ମଧ୍ୟ ସୁରକ୍ଷିତ କରି ରଖିପାରିବା ବୋଲି ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.