Latest Odisha News

BREAKING NEWS

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ବହିଷ୍କୃତ ହେଲେ ୨ ନେତା

ଭୁବନେଶ୍ୱର : ବିଜେଡ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ୨ ଜଣ ବିଜେଡି ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି ।

ବିଜେଡିରୁ ବହିଷ୍କୃତ ୨ ନେତାଙ୍କ ମଧ୍ୟରେ ପୂର୍ବତନ କାକଟପୁର ବିଧାୟକ ରବି ମଲ୍ଲିକ ଏବଂ ଗଞ୍ଜାମର ଜଣେ ବିଜେଡି ନେତା ଅରୁଣ ପଣ୍ଡା ରହିଛନ୍ତି ।

ଏପ୍ରିଲ୍ ୫ ତାରିଖରେ ଶ୍ରୀଯୁକ୍ତ ମଲ୍ଲିକ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ଏପରିକି ସେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ପଦରୁ ମଧ୍ୟ ଓହରିଯାଇଥିଲେ ।

ଟିକେଟ୍ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ପୂର୍ବତନ କାକଟପୁର ବିଧାୟକ ଦଳରୁ ଇସ୍ତଫା ପ୍ରଦାନ କରିଥିଲେ । ଚଳିତ ନିର୍ବାଚନରେ କାକଟପୁର ଆସନରୁ ତୁଷାରକାନ୍ତି ବେହେରାଙ୍କୁ ବିଜେଡି ପ୍ରାର୍ଥୀ କରିଛି ।

Leave A Reply

Your email address will not be published.