Latest Odisha News

BREAKING NEWS

ବ୍ରାଉନସୁଗାର କାରବାର ବେଳେ ଅବକାରୀ ବିଭାଗର ଚଢାଉ, ୬ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ତୁରଙ୍ଗ ଗ୍ରାମରୁ ଅବକାରୀ ବିଭାଗ ପକ୍ଷରୁ ଚଢଉ ବେଳେ ୯ ଗ୍ରାମ ବ୍ରାଉନସୁଗାର ଓ ୩୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହା ସହ ଗୋଟିଏ ପରିବାରର ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତୁରଙ୍ଗ ଗ୍ରାମର ସଞ୍ଜୟ ବେହେରା, ତାଙ୍କ ପତ୍ନୀ ମାମା ବେହେରା, ସଞ୍ଜୟଙ୍କ ଭାଇ ମାନସ ବେହେରା ଓ ଦେବ ବେହେରା ।

ଏହା ପୂର୍ବରୁ ଏହି କାରବାରରେ ସମ୍ପୃକ୍ତ ୨ ଭଉଣୀଙ୍କୁ ଗିରଫ କରାଯାଇଥିଲା । ଚଢ଼ାଉ ପରେ ମଧ୍ୟ ଭୟଭୀତ ନହୋଇ କାରବାର ଖୁଲମଖୁଲା କରାଯାଉ ଥିବା ବେଳେ ଶୁକ୍ରବାର ପୁଣି ଅନୁଗୋଳ ଜିଲ୍ଲା ପୋଲିସ ସ୍ପେସିଆଲ ସ୍କ୍ବାର୍ଡ ଓ ଅନୁଗୁଳ ଥାନା ପକ୍ଷରୁ ସେହି ତୁରଙ୍ଗ ଗ୍ରାମର ରାଜନଗର ସାହିରେ ଚଢ଼ାଉ କରାଯାଇ ଉପରୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ।

ଏହା ପଛରେ ବଡ଼ ଧରଣରେ ରାକେଟ କାମ କରୁଥିବା ପୋଲିସ ଆଶଙ୍କା କରୁଛି । ଗିରଫ ଅଭିଯୁକ୍ତମାନଙ୍କୁ ଥାନାଙ୍କୁ ଆଣି ଅଧିକ ତଦନ୍ତ କରୁଛି ପୋଲିସ । ତଦନ୍ତ ପରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.