Latest Odisha News

BREAKING NEWS

ବିଚ୍ ବଜାରରେ ବୁଲିଲା ଖଣ୍ଡା, ପୂର୍ବତନ ପୋଲିସ କର୍ମଚାରୀ ଗୁରୁତର

ବରଗଡ: ଦିନ ଦ୍ୱିପହରେ ଖୁଲମଖୁଲା ବିଚ୍ ବଜାରରେ ବୁଲିଲା ଖଣ୍ଡା । ଲହୁଲୁହାଣ ହେଲେ ପୂର୍ବତନ ପୋଲିସ କର୍ମଚାରୀ । ବରଗଡ ଜିଲ୍ଲା ପାଇକମାଲ୍ ବଜାରରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି ।

ଆଜି ଗୋପାଳ ସା ନାମକ ଜଣେ ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଜଣେ ଅଜଣା ବ୍ୟକ୍ତି ପାଇକମାଲ୍ ବଜାରରେ ଅତର୍କିତ ଆକ୍ରମଣ କରିଥିଲା । ଆକ୍ରମଣରୁ ବର୍ତ୍ତିବା ଲାଗି ଗୋପାଳ ଶତଚେଷ୍ଟା କରିଥିଲେ ସୁଦ୍ଧା ଅଜଣା ବ୍ୟକ୍ତି ଜଣକ ତାଙ୍କୁ ଗୋଡାଇଗୋଡାଇ ଖଣ୍ଡାରେ ଆକ୍ରମଣ କରିବାକୁ ପଛାଇନଥିଲା । ଆକ୍ରମଣରେ ଗୋପାଳଙ୍କ ବାମ ହାତ, ପିଠି ଓ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପଦ୍ମପୁର ଡାକ୍ତରଖାନା ଓ ପରେ ବରଗଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ବିଚ୍ ବଜାରରେ ଜଣେ ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଏଭଳି ଆକ୍ରମଣ ଘଟଣା ଅନେକଙ୍କ ମନରେ ଭରିଦେଇଛି କୋକୁଆ ଭୟ । ଏହି ଘଟଣା ସ୍ଥାନୀୟ ଅଂଚଳରେ ଅସାମାଜିକ ବ୍ୟକ୍ତିଙ୍କ ରାଜୁତି ଚାଲିଥିବା ନେଇ ପ୍ରମାଣ ଦେଇଛି । ଅନ୍ୟପଟେ ପୋଲିସର ତଦନ୍ତ ଆରମ୍ଭ ହୋଇଥିଲେ ହେଁ ଗୋପାଳଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଆକ୍ରମଣ କରିଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.