Latest Odisha News

BREAKING NEWS

ଆସିବେ ପ୍ରଧାନମନ୍ତ୍ରୀ, ଚାଲିଛି ପ୍ରସ୍ତୁତି

ଯାଜପୁର: ଆସନ୍ତା ୫ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ଚଣ୍ଡିଖୋଲ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ବେଣାପୁର ଠାରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପ୍ରଶାସନ ପକ୍ଷରୁ ଏନେଇ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ଏନେଇ ଆଜି ରାଜ୍ୟ ପୋଲିସ ପ୍ରଶାସନ ଓ କେନ୍ଦ୍ରୀୟ ପ୍ରତିନିଧି ଦଳ ସମାବେଶ ସ୍ଥଳ ବୁଲି ଦେଖିବା ସହ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଥିଲେ। ଏହା ପୂର୍ବରୁ ଚଣ୍ଡିଖୋଲ ଡାକବଙ୍ଗଳା ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୁଇନ୍ଦା ବିଭାଗ ମୁଖ୍ୟ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ପୋଲିସ ଆଶିଷ ସିଂଙ୍କ ସମେତ ଯାଜପୁର ଜିଲ୍ଲାପାଳ, ଏସପି ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିରରେ ଉତ୍ସାହ ଦେଖାଦେଇଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥର ୮ ଥାକିଆ ରାସ୍ତା ସହ ବିଭିନ୍ନ ପ୍ରକଳ୍ପର ଶିଳନ୍ୟାସ କରିବା ସହ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବାର କାର୍ଯକ୍ରମ ରହିଛି। ଏଥିସହ ପଡ଼ିଆରେ ଅନୁଷ୍ଠିତ ସାଧାରଣ ସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସାଧାରଣ ନିର୍ବାଚନ ଆଗକୁ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ରାଜନୈତିକ ବାତାବରଣ ବେଶ ସରଗରମ ହୋଇଛି।

 

Leave A Reply

Your email address will not be published.