ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆମେ କୃଷ୍ଣ ରୂପେ ବିବେଚନା କରି ଆବାହନ କରୁ “ଓଁ କ୍ଲିଂ କୃଷ୍ନାୟ ଗୋବିନ୍ଦାୟ ଗୋପୀଜନବଲଭାୟ ସ୍ୱାହା ।” ଶ୍ରୀ ବଳଭଦ୍ରଙ୍କୁ ବଳରାମ ଭାବରେ ଆବାହନ କରୁ “ଓଁ ନମୋ ଭଗବତେ ବାସୁଦେବାୟ । ମା ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ମନ୍ତ୍ରରେ ବା ଏକାକ୍ଷରୀ ମନ୍ତ୍ରରେ । ଏଠାରେ ଗୋବିନ୍ଦାୟ ଗୋପୀଜନବଲଭlୟ, ଭଗବତେ ବାସୁଦେବାୟ, ଖୁବ ବ୍ୟାପକ ଲାଗେ । କାରଣ ବିଶୁଦ୍ଧ ସତ୍ୱର ନାମ ବାସୁଦେବ। ସମସ୍ତ ଭୁତରେ ଯେ ବ୍ୟାପ୍ତ ସେ ବାସୁଦେବ । ସେ ସର୍ବାତ୍ମା, ସେ ଇନ୍ଦ୍ରିୟ ରହିତ, ଆବରଣ ରହିତ, ମହାଶୂନ୍ୟରେ ମଧ୍ୟ ବ୍ୟାପ୍ତ ।
ସେଥିପାଇଁ ଶ୍ରୀମଦ ଭାଗବତମ୍ କହେ :
ସତ୍ୱଂ ବିଶୁଦ୍ଧଂ ବାସୁଦେବ ଶବ୍ଦଇତମ
ଯଦିୟତେ ତତ୍ର ପୁମାନପାବୃତଃ
ସତ୍ୱେ ଚ ତସ୍ମିନ ଭଗବାନ ବାସୁଦେବୋ,
ହ୍ୟଧୋକ୍ଷଜୋ ମେ ନମସା ବିଧିୟତେ । (୪ /୩ /୨୩ )
ଏହାକୁ ଶ୍ରୀ ବିଷ୍ଣୁ ପୁରାଣ ମଧ୍ୟ ସ୍ୱୀକାର କରେ ଓ କହେ :
“ଭୂତେଷୁ ବସନେ ସୋଅନ୍ତବ୍ରସନ୍ତ୍ୟତ୍ର ତ ତାନୀ ଯତ ।
ଧାତା ବିଧାତା ଜଗତାଂ ବାସୁଦେବ ସ୍ତତଃ ପ୍ରଭୁ । “(୬ /୫ /୮୨ )
ଏଣୁ ପ୍ରତିଦିନ ପ୍ରାତରୁ ଆମେ ଜପ କରୁଥିବା “ଓଁ ନମୋ ଭଗବତେ ବାସୁଦେବାୟ “, ଏକ ସର୍ବ ବ୍ୟାପକ, ମୁକ୍ତି ପ୍ରଦାୟକ, ସର୍ବ ଦୁଃଖ କ୍ଳେଶ ହରକ, ସୁଖଶାନ୍ତି ପ୍ରଦାୟକ ମହାମନ୍ତ୍ର। ଏଠାରେ ପ୍ରଭୂ ଜଗନ୍ନାଥଙ୍କ ଅନନ୍ତ ସତ୍ତା କୁ “ବାସୁଦେବାୟ” ସମ୍ବୋଧିତ କରିବା ଯଥାର୍ଥ ଅଟେ । ଯେଣୁ ପ୍ରଭୁଙ୍କର ଆଦି ଅନ୍ତ ନାହିଁ, କ୍ଷୟ ବୃଦ୍ଧି ନାହିଁ, ଯିଏ ଜ୍ଞାନ (ସତ୍ୱ ), ପ୍ରବୃତି (ରଜ ), ଓ ନିୟମ (ତମ )ର ଏକୀକର ରୂପ, ସଂସାରର ଉତ୍ପତି ଓ ବିନାଶର କାରଣ ସେ ତ ଭଗବାନ ବାସୁଦେବ । ଜୟ ଜଗନ୍ନାଥ !