Latest Odisha News

BREAKING NEWS

ମୁଁ ଆଇପିଏଲ ନୁହେଁ ପ୍ରୀତିଙ୍କୁ ଦେଖା କରିବାକୁ ଆସିଛି

ଲକ୍ଷ୍ନୌ: ଆଇପିଏଲରେ କ୍ରିକେଟ ବ୍ୟତୀତ ଦର୍ଶକମାନଙ୍କୁ ଅନେକ କ୍ଷେତ୍ରରେ ମନୋରଞ୍ଜନର ସୁଯୋଗ ମିଳିଥାଏ । ଶନିବାର ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ଏହି ମ୍ୟାଚରେ ଷ୍ଟାଡିୟମରେ ଜଣେ ଯୁବକଙ୍କ ପ୍ଲାକାର୍ଡ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଯୁବକଜଣଙ୍କ ତାଙ୍କ ପ୍ଲାକାର୍ଡରେ ଲେଖିଥିଲେ, ଆପଣମାନେ ମ୍ୟାଚ ଦେଖନ୍ତୁ, ମୁଁ ପ୍ରୀତୀ ଜିଂଟାଙ୍କୁ ଦେଖିବାକୁ ଆସିଛି । ଏହି ମ୍ୟାଚରେ ପଞ୍ଜାବ ୨ ୱିକେଟରେ ବିଜୟ ହାସଲ କରିଥିଲା । ଆଉ ଜଣେ ପ୍ରଶଂସକ ତାଙ୍କ ପ୍ଲାକାର୍ଡରେ ଲେଖିଥିଲେ ମୁଁ ଲକ୍ଷ୍ନୌରେ ମାହୀଙ୍କୁ ଦେଖିବାକୁ ଚାହୁଁଥିଲି ।

କଣ କରିବି ମେ ୪ରେ ମୋତେ ଛୁଟି ମିଳିଲା ନାହିଁ । ସେହିପରି ଆଇ ଲଭ ୟୁ ରାହୁଲ ପୋଷ୍ଟର ମଧ୍ୟ କେତେକ ପ୍ରଶଂସକ ଦେଖାଇଥିଲେ । ରାହୁଲ ମ୍ୟାଚରେ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରି ୫୬ ବଲରେ ୭୪ ରନ କରିଥିଲେ । ଏଥିସହ ସେ ଆଇପିଏଲରେ ଦ୍ରୁତ ୪୦୦୦ ରନ କରିବା ରେକର୍ଡ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.