ଭୁବନେଶ୍ୱର: ମହାବାତ୍ୟା ଫନି ଶୁକ୍ରବାର ସକାଳେ ପୁରୀରେ ସ୍ଥଳଭାଗ ଛୁଇଁବା ପରେ ରାଜଧାନୀ ଭୁବନେଶ୍ୱରରେ ତାର ତୀବ୍ର ପ୍ରଭାବ ଲକ୍ଷ୍ୟ କରାଯାଇଛି । ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ି ରାସ୍ତା ଅବରୋଧ ହେବା ସହ କେତେକ ଅଂଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ରାସ୍ତା କଡ଼ରେ ଅସ୍ଥାୟୀ କୁଡ଼ିଆ କରି ରହୁଥିବା ଲୋକମାନେ ଏକପ୍ରକାର ବିପଦରେ ପଡ଼ିଯାଇଛନ୍ତି । ନତାଲାର ପଛପଟ ଅଂଚଳରେ ଗୋଟେ ବଡ଼ ଗଛ ଉପୁଡ଼ି ପଡ଼ିବା ଯୋଗୁଁ କେତୋଟି କୁଡ଼ିଆ ତା ତଳେ ଚାପି ହୋଇ ଭାଂଗିଯାଇଛି । ଅଗ୍ନିଶମ ବିଭାଗର ଅଧିକାରୀମାନେ କୁଡ଼ିଆ ଭିତରୁ ଜଣେ ସ୍ତ୍ରୀଲୋକକୁ ଉଦ୍ଧାର କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ସକାଳ ଆଠଟାରୁ ପୁରୀ ଜିଲ୍ଲାରେ ଫନି ସ୍ଥଳଭାଗ ଛୁଇଁବା ପରେ ସେଠାରେ ୧୫୦ରୁ ଅଧିକ ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଲାଗିରହିଛି । ତାର ପ୍ରଭାବରେ ଭୁବନେଶ୍ୱରରେ ମଧ୍ୟ ବର୍ଷା ପବନ ଲାଗିରହିଛି ।
ଅଧିକ ବାତ୍ୟା ବିବରଣୀ ଜାଣିବା ପାଇଁ ଏମ.ଏଚ.ଏ. କଂଟ୍ରୋଲରୁମ୍ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି – ୧୯୩୮ ।