Latest Odisha News

BREAKING NEWS

ଅଭିଶପ୍ତ ଦୀପାବଳି: ଗୋଷ୍ଠୀ ବିବାଦରୁ ଯୁବକ ମୃତ

ଭୁବନେଶ୍ୱର: ଦୀପାବଳି ରାତିରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ରବିବାର ବିଳମ୍ବିତ ରାତିରେ ଏୟାରଫିଲ୍ଡ ଥାନା ସୁନ୍ଦରପଦା ନିକଟରେ ଏକ ଯୁବକକୁ ସଙ୍ଘବଦ୍ଧ ଭାବେ ହତ୍ୟା କାରାଯାଇଥିବା ସୂଚନା ମିଳିଛି ।

BjdElectrycity

ମୃତକଙ୍କ ନାମ ଅମରେଶ ନାୟକ ବୋଲି ଜଣାପଡିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଦୁଇ ଯୁବଗୋଷ୍ଠି ଗୋଟିଏ ସ୍ଥାନରେ ବାଣ ଫୁଟାଇବା ସହ ଭୋଜି କରି ଦୀପାବଳି ପାଳନ କରିବାକୁ ଏକାଠି ହୋଇଥିଲେ ।

ମାତ୍ର କିଛି ସମୟ ପରେ ବାଣଫୁଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ଗୋଟିଏ ଗୋଷ୍ଠି ଅନ୍ୟ ଗୋଷ୍ଠି ଉପରକୁ ଧାରୁଆ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଯାହାଦ୍ୱାରା ଘଟଣାସ୍ଥଳରେ ହିଁ ଅମରେଶଙ୍କର ମୃତ୍ୟୁ ହୋଇଯାଇଥିଲା।

ପୋଲିସ ଦେଇଥିବା ସୂଚନାନୁଯାୟୀ, ମୃତକର ପରିବାର ୨୦ ଜଣଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି । ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.