Latest Odisha News

BREAKING NEWS

ଟ୍ରମ୍ପଙ୍କ ହସ୍ତକ୍ଷେପ ଯୋଗୁ ରେଡକାର୍ଡ ମିଳିବା ସତ୍ୱେ ବାଲୋଗନଙ୍କୁ ଖେଳିବା ପାଇଁ ମିଳିଲା କି ଅନୁମତି !

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ର ରୋମାଂଚ ଏବେ ଚରମ ସୀମାରେ ରହିଛି । ଏହା ମଧ୍ୟରେ ଅନେକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଫିଫା ବିଶ୍ୱକପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପକୁ ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ରାଉଣ୍ଡ ଅଫ ୩୨ରେ ଆମେରିକାର ଷ୍ଟ୍ରାଇକର ଫୋଲାରିନ ବାଲୋଗନଙ୍କୁ ରେଡକାର୍ଡ ମିଳିଥିଲା । ବୋସନିୟା ଏବଂ ହର୍ଜଗୋବିନା ବିପକ୍ଷ ମ୍ୟାଚରେ ସେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିବାରୁ ରେଡ କାର୍ଡ ଦିଆଯାଇଥିଲା ।

ଏହା ସତ୍ୱେ ତାଙ୍କୁ ବେଲଜିୟମ ବିପକ୍ଷ ରାଉଣ୍ଡ ଅଫ ୧୬ରେ ଖେଳିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ହସ୍ତକ୍ଷେପ ଯୋଗୁ ତାଙ୍କୁ ଅନୁମତି ମିିଳିବା ନେଇ ଆଲୋଚନା ହେଉଛି । ବେଲଜିୟମ ଟିମ ମଧ୍ୟ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛି । ଫୁଟବଲରେ ରାଜନୀତିର ହସ୍ତକ୍ଷେପ ନ ହେଉ ବୋଲି କୁହାଯାଇଛି । ୟୁରୋପିଆନ ଫୁଟବଲ ଆସୋସିଏଶନ ମଧ୍ୟ ଫିଫାକୁ ଏ ନେଇ ସମାଲୋଚନା କରିଛି । ଫିଫା ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି । ଆର୍ଟିକିଲ ୨୭ ଅନୁସାରେ ଏହି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.