Latest Odisha News

୫ ଦିନରେ ୧୫୦ କୋଟି କ୍ଲବ୍ ରେ ଏଣ୍ଟ୍ରି କଲା ଫିଲ୍ମ ‘ଛାବା’

ମୁମ୍ବାଇ: ଫେବୃଆରୀ ୧୪ ତଥା ଭାଲେଣ୍ଟାଇନ୍ସ ଡେ’ରେ ରିଲିଜ ହୋଇଥିବା ବିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଛାବା’ ବର୍ତ୍ତମାନ ରିଲିଜ ଦିନ ଠାରୁ ବକ୍ସ ଅଫିସ୍ ରେ ଧମାକ କରୁଛି । ଲୋକଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ପାଇଛି ମରାଠା ରାଜା ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମଟି ।

ଦର୍ଶକ ମାନେ ଭୂରି ଭୂରି ପ୍ରଶଂସା କରିଛନ୍ତି । ଯାହା ଫଳରେ ଫିଲ୍ମ ଭଲ ପ୍ରଦର୍ଶନ ସହ ବମ୍ପର କଲେକ୍ସନ ମଧ୍ୟ କରୁଛି । ଏହି ଚଳଚ୍ଚିତ୍ର ୫ ଦିନ ମଧ୍ୟରେ ୧୫୦ କୋଟି ଟଙ୍କା ପାର୍ କରିଛି ।

ରିପୋର୍ଟ ଅନୁଯାୟୀ, ‘ଛାବା’ ପ୍ରଥମ ଦିନରେ ୩୩ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିଥିଲା । ଦ୍ୱିତୀୟ ଦିନରେ ଫିଲ୍ମର ଆୟ ୩୯.୩୦ କୋଟି, ତୃତୀୟ ଦିନରେ ୪୯.୦୩ କୋଟି ଟଙ୍କା, ଚତୁର୍ଥ ଦିନରେ ୨୪.୧୦ କୋଟି ଟଙ୍କା ରୋଜଗାର କରିଥିଲା । ଏବେ ଫିଲ୍ମ ରିଲିଜର ୫ମ ଦିନର ଅର୍ଥାତ୍ ପ୍ରଥମ ମଙ୍ଗଳବାରରେ ୨୫.୫୬ କୋଟି ଟଙ୍କା ଆୟ କରିଛି । ଏହା ସହିତ ପାଞ୍ଚ ଦିନରେ ‘ଛାଭା’ର ମୋଟ ରୋଜଗାର ବର୍ତ୍ତମାନ ୧୭୧ କୋଟି ଟଙ୍କା ହୋଇଛି ।

ବିକି କୌଶଲଙ୍କ କ୍ୟାରିୟରର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଉରି: ସର୍ଜିକାଲ୍ ଷ୍ଟ୍ରାଇକ୍ ଯାହା ୨୪୫.୩୬ କୋଟି ଟଙ୍କା ରୋଜଗାର କରିଥିଲା ଆଉ କିଛି ଦିନ ପରେ ଉରି ର ରେକର୍ଡ ଭାଙ୍ଗିବ ଛାବା ବୋଲି ଆଶା ରଖିଛନ୍ତି ନିର୍ଦ୍ଦେଶକ ଓ ଷ୍ଟାରକାଷ୍ଟ ।

ଫିଲ୍ମ ‘ଛାବା’ର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର । ଫିଲ୍ମ ରେ ବିକି କୌଶଲ ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ଜ୍ୟେଷ୍ଠପୁତ୍ର ଛତ୍ରପତି ସମ୍ୱାଜୀ ମହାରାଜ ଭୂମିକାରେ ନଜର ଆସିଛନ୍ତି । ତାଙ୍କ ପତ୍ନୀ ୟଶବାଇ ଭୂମିକାରେ ଅଭିନୟ କରିଛନ୍ତି ରଶ୍ମିକା ମନ୍ଦାନା । ଏହି ଫିଲ୍ମରେ ଔରଙ୍ଗଜେବଙ୍କ ଭୂମିକାରେ ଅକ୍ଷୟ ଖନ୍ନା ନଜର ଆସିଛନ୍ତି । ଏହା ବ୍ୟତୀତ ଆଶୁତୋଷ ରାଣା, ବିନୀତ କୁମାର ସିଂହ, ଦିବ୍ୟା ଦତ୍ତା ଏବଂ ଡାଏନା ପେଣ୍ଟି ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

Comments are closed.