Latest Odisha News

BREAKING NEWS

ରୋମାଂଟିକ ଫିଲ୍ମର ଭଗବାନ କୁହାଯାଉଥିବା ବାସୁ ଦା ଆଉ ନାହାନ୍ତି

ମୁମ୍ବାଇ: ୨୦୨୦ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ କେବଳ ଦୁଃଖର ଖବର ଆଣୁଛି । ଗୁରୁବାର ରୋମାଂଟିକ ଫିଲ୍ମର ଭଗବାନ କୁହାଯାଉଥିବା ବାସୁ ଚାଟାର୍ଜିଙ୍କ ପରଲୋକ ହୋଇଯାଇଛି । ଅମୋଲ ପାଲେକର, ଜରୀନା ୱାହା ଓ ଟିନା ମୁନିମଙ୍କ ପରି କଳାକାରଙ୍କ ସୁଯୋଗ ଦେଇଥିବା ବାସୁ ଦା’ଙ୍କୁ ମୃତ୍ୟୁବେଳକୁ ୯୦ ବର୍ଷ ବୟସ ହୋଇଥିଲା ।

ତେବେ ସେ କେଉଁ ରୋଗରେ ଆକ୍ରାନ୍ତ ଥିଲେ ତାହା ସ୍ପଷ୍ଟ ହୋଇ ନାହିଁ । କ୍ୟାରିୟର ଆରମ୍ଭରେ ସେ କାର୍ଟୁନିଷ୍ଟ ଭାବେ କାମ କରିଥିଲେ । ଏହା ପରେ ସେ ଫିଲ୍ମ ନିର୍ମାଣରେ ମନ ବଳାଇଥିଲେ । ଛୋଟି ସି ବାତ, ହାମରି ବୋହୁ ଆଲକା, ବାତୋଁ ବାତୋଁ ମେଁ, ଖଟ୍ଟା ମିଠା, ସୌକୀନ ଓ ଚମେଲୀ କି ଶାଦୀ ପରି ଫିଲ୍ମ ତିଆରି କରିଥିଲେ ।

Leave A Reply

Your email address will not be published.