Latest Odisha News

BREAKING NEWS

ସମାଲୋଚନା ପରେ ଦୋଷ ସ୍ୱୀକାର କଲେ ବିଜେପି ନେତା

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ସଢଙ୍ଗୀ ଓ ଅନ୍ୟ ନେତା ଓ କର୍ମୀ ସାମାଜିକ ଦୂରତା ରକ୍ଷା ନକରିବା ଓ ସାଂସଦ ନିଜେ ଦିଲ୍ଲୀରୁ ଫେରି ହୋମ କ୍ୱାରେଣ୍ଟିନରେ ନରହି ନିୟମକୁ ଉଲଂଘନ କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ।

ସେ ଦୋଷ ସ୍ୱୀକାର କରିବା ସହ ଭାବବିହ୍ଵଳ ବାତାବରଣରେ ଅଜାଣତରେ ଏସବୁ ଘଟିଥିଲା ବୋଲି ସେ କହିଛନ୍ତି । ଏଥିପାଇଁ ଆମ ବିରୋଧରେ ମାମଲା ରୁଜୁ ହୋଇଛି। ଏଥିପାଇଁ ସାଂସଦ ମାଡାମ ଜୋରିମାନା ପଇଠ ମଧ୍ୟ କରିଛନ୍ତି। କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଛନ୍ତି। ଏଣୁ ସମସ୍ତେ ଏହି ନିୟମକୁ ପାଳନ କରିବା ଆମର ସମସ୍ତଙ୍କର ଦାୟିତ୍ୱ ବୋଲି ବିଜେପି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତକାଲି କୋଭିଡ୍ ନିୟମକୁ ଭୁଲି ବିଜେପି ସାଂସଦ କର୍ମୀଙ୍କ ସହ ଏକ ଫଟୋରେ ନଜର ଆସିଥିଲେ । ଫଟୋଚିତ୍ରରେ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ସହ ପ୍ରାୟ ୫୦ ଜଣ ଥିଲେ । ଏନେଇ ସାମାଜିକ ଗଣମାଧ୍ୟମରେ ଲୋକେ ସାଂସଦଙ୍କୁ ସମାଲୋଚନା କରିଥିଲେ । ସମାଲୋଚନା ପରେ ସାଂସଦ ଟ୍ୱିଟ୍ କରି ଲୋକଙ୍କ ସମାଲୋଚନାକୁ ସାଂସଦ ଭଲ ସଂକେତ କହିଛନ୍ତି । କର୍ତ୍ତବ୍ୟକୁ ପାଳନ କରି ସ୍ୱେଚ୍ଛାକୃତ ଭାବେ ଜରିମାନା ଦେଇଥିବା ସାଂସଦ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।

Leave A Reply

Your email address will not be published.