Latest Odisha News

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଥାନାରେ କନେଷ୍ଟବଳ ଅଟକ

ପାରଳାଖେମୁଣ୍ଡି: ମହିଳାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ । ଗିରଫ ହେଲେ ପୋଲିସ କନେଷ୍ଟବଳ । ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି ।

ଗିରଫ କନେଷ୍ଟବଳ ଜଣଙ୍କ ହେଉଛନ୍ତି ତ୍ରିନାଥ ସାହୁ । ସେ ମୋହନା ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି । ଦୁଷ୍କର୍ମ ଓ ଅନ୍ୟ ଅପରାଧ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ମହିଳାଙ୍କ ଅଭିଯୋଗ ପରେ ଏହି ଘଟଣା ସାମ୍ନାକୁ ଆସିଛି । ମହିଳା ଜଣଙ୍କର ଏତଲା ଅନୁସାରେ, ତ୍ରିନାଥ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ଇଚ୍ଛା ବିରୋଧରେ ଶାରିରୀକ ସମ୍ପର୍କ ରଖିବା ସହ କଥା ପ୍ରଘଟ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା ।

ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ କନେଷ୍ଟବଳ ତ୍ରିନାଥ ସାହୁଙ୍କୁ ହେପାଜତକୁ ନେଇଛି । ମାମଲାର ଅଧିକ ତଦନ୍ତ ପୋଲିସ ଜାରି ରଖିଥିବା ବେଳେ ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.