Latest Odisha News

BREAKING NEWS

ସଡକ ଦୁର୍ଘଟଣାରେ ୨ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ

ପୁରୀ: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି ।

ମୃତ ୨ଜଣ ସ୍ଥାନୀୟ ପୀତବାସ ୟୁଜି ଏମଇ ସ୍କୁଲର ଶିକ୍ଷୟିତ୍ରୀ ବୋଲି ସୂଚନା ମିଳିଛି।

ପ୍ରାପ୍ତ ସୂଚନାନୁଯାୟୀ ଶନିବାର ସକାଳ ସମୟରେ ଦୁହେଁ ଏକ ସ୍କୁଟି ଯୋଗେ ସ୍କୁଲ ଅଭିମୁଖେ ଯାଉଥିଲେ । ଆଉ କିଛି ସମୟ ପରେ ସେମାନେ ବିଦ୍ୟାଳୟରେ ପହଞ୍ଚିଯାଇଥାନ୍ତେି । ହେଲେ ଦୁର୍ଭାଗ୍ୟବଶତଃ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ସେମାନେ ଝିଟିକି ପଡିଥିଲେ ।

ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.