Latest Odisha News

BREAKING NEWS

ଜୟପୁର ବସ୍ ଟର୍ମିନାଲରେ ଭୟାବହ ଅଗ୍ନିକାଣ୍ଡ, ଏକାଧିକ ବସରେ ନିଆଁ

କୋରାପୁଟ: ଜୟପୁର ବସ୍ ଟର୍ମିନାଲରେ ଭୟାବହ ଅଗ୍ନିକାଣ୍ଡ। ବସ୍ ଟର୍ମିନାଲରେ ଅଛି ୨୦ରୁ ଅଧିକ ପରିତ୍ୟକ୍ତ ବସ୍। ଜାତୀୟ ରାଜପଥ ୨୬ କଡ଼ରେ ଥିବା ବସ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି। ପ୍ରଥମେ ଏକ ପରିତ୍ୟକ୍ତ ବସରେ ନିଆଁ ଲାଗିବା ପରେ ଏହା ଏକାଧିକ ବସକୁ ବ୍ୟାପି ଯାଇଛି। ଏକାଧିକ ବସରେ ନିଆଁ ଲାଗିଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ଜୟପୁର ସିଟି ଟ୍ରର୍ମିନାଲରେ ଠିଆ ହୋଇଥିବା ବସ ଗୁଡିକୁ ଯୋଜନା ବଦ୍ଧ ଭାବେ ଦୁର୍ବୃତ୍ତ ନିଆଁ ଲଗେଇଥିବା ସନ୍ଦେହ କରାଯାଉଛି।

ସରକାରଙ୍କ ସତ ଚେଷ୍ଟା ପରେ କୋରାପୁଟ ଜିଲ୍ଲା ପାଇଁ ଆସିଥିବା ସିଟି ବସ ଲୋକଙ୍କ କାମରେ ଆସିନଥିବା ବେଳେ ଆଜି ଦୁର୍ବୁତ୍ତଙ୍କ ଦ୍ୱାରା ନିଆଁରେ ପୋଡି ପାଉଁସ ହୋଇଛି। ଜୟପୁର ନୂଆ ବସଷ୍ଟାଣ୍ଡ ନିକଟରେ ସିଟି ବସ ଟର୍ମିନାଲରେ ଏହି ବସ ଗୁଡିକ ଅବ୍ୟବହୃତ ହୋଇ ପଡିରହିଥିଲା। ଘଟଣାଟି ଆଜି ସନ୍ଧ୍ୟା ସମୟରେ କରାଯାଇଥିବାରୁ ପୋଲିସ ଏହାକୁ ସନ୍ଦେହ ଚକ୍ଷୁରେ ରଖିଛି। ସୂଚନା ପ୍ରକାରେ ୨୦୧୬ ମସିହରେ କୋରାପୁଟ ଜିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ଟି ବସ ଆସିଥିଲା। ତେବେ ଆଜି ଦୁଇଟି ବସରେ ନିଆଁ ହୁତହୁତ ହୋଇ ଜଳୁଥିବା ଦେଖିବାକୁ ମିଳିଛି।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି। ବସ ଟର୍ମିନାଲ ଭିତରେ ପ୍ରାୟ ୩୦ଟି ପରିତ୍ୟକ୍ତ ସିଟି ବସ ପଡ଼ି ରହିଛି। ଅଧିକ ବସକୁ ନିଆଁ ବ୍ୟାପିବା ଆଶଙ୍କା ରହିଛି। ଫଳରେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରିରଖିଛି। କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି ଦିନ ତଳେ ସ୍କ୍ରାପରେ ଏସବୁ ବସଗୁଡ଼ିକୁ ବିକ୍ରି କରିବାକୁ ନୋଟିସ ହୋଇଥିଲା। ତେଣୁ ନିଆଁ ଲାଗିବାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ସରକାରଙ୍କ ଯୋଜନା ଥିଲା ଉକ୍ତ ବସ ଗୁଡିକ କୋଟପାଡ, ଜୟପୁର, କୋରାପୁଟ, ସୁନାବେଡା, ଦାମନଜୋଡି ମଧ୍ୟରେ ଚଳପ୍ରଚଳ କରିବା ନେଇ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ପର୍ଯ୍ୟାୟ କ୍ରମେ କେନ୍ଦ୍ର ସରକାରଙ୍କ ଜବାହର ଜାତୀୟ ସହରାଞ୍ଚଳ ନବିକରଣ ଯୋଜନା ମାଧ୍ୟମରେ ୮୦ଟି ବସ ଦେବାର ଲକ୍ଷ୍ୟ ରହିଥିଲା। ଉକ୍ତ ବସ ଗୁଡିକ ସରକାର ଏବଂ ଘରୋଇ ସହ ଭାଗିତାରେ ଚଲାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଗିତାଞ୍ଜଳି ସରଫେକ୍ସ ଟ୍ରାନସପୋର୍ଟ ନାମକ ଜୟପୁରର ଏକ ଠିକା ସଂସ୍ଥା ସହ କୋରାପୁଟ ଜିଲ୍ଲା ପ୍ରଶାସନ ଚୁକ୍ତି କରିଥିଲା। କିନ୍ତୁ ଅଳ୍ପ ଦିନ ଚାଲିବା ପରେ କୌଣସି କାରଣରୁ ବସ ଗୁଡିକ ଟର୍ମିନାଲରେ ଠିଆ ହୋଇରହିଥିଲା।

ବସକୁ ଚଳାଇବା ପାଇଁ ସାଧାରଣରେ ବାରମ୍ବାର ଦାବି ହୋଇ ଆସୁଥିଲା। ୭ ବର୍ଷ ଠିଆ ହେବା ପରେ ବସ ଗୁଡିକ ଅଚଳ ହେବାକୁ ଆସିଯାଇଥିଲା। ଏହାକୁ ଦୃଷ୍ଟିକୁ ନେଇ ଗତ କିଛି ଦିନ ପୂର୍ବରୁ ଜୟପୁର ପୌର ସଂସ୍ଥା ପକ୍ଷରୁ ଅଚଳ ବସ ଗୁଡିକୁ ବିକ୍ରି ପାଇ ଉଦ୍ୟମ କରାଯାଇଥିବା ବେଳେ କ୍ଷତି ଭରଣା ପାଇ ଜିଲ୍ଲା ପ୍ରଶାସନ ଠିକା ସଂସ୍ଥାକୁ ବାରମ୍ବାର ତାଗିଦ କରିଥିଲେ। କିନ୍ତୁ ଇତି ମଧ୍ୟରେ ଆଜି ବସରେ ନିଆଁ ଲାଗିବା ଆରମ୍ଭ ହୋଇଥିବାରୁ ଏହା ଯୋଜନାବଦ୍ଧ ଭାବେ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.