Latest Odisha News

BREAKING NEWS

ଲାଲ ସାଗରରେ ମାଲବାହକ ଜାହଜ ଉପରେ ଆକ୍ରମଣ କଲେ ହୂତୀ ବିଦ୍ରୋହୀ

ନୂଆଦିଲ୍ଲୀ: ଇସ୍ରାଏଲର ଧମକ ସତ୍ୱେ ଲାଲ ସାଗରେ ହୂତୀ ବିଦ୍ରୋହୀ ଲାଇବେରିୟାର ଏକ ମାଲବାହକ ଜାହଜ ଉପରେ ଆକ୍ରମଣ କରିଛି । ଏହି ବାଲେଷ୍ଟିକ ମିସାଇଲ ଆକ୍ରମଣରେ ମୃତାହତ ସମ୍ପର୍କରେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ । ଏମଏସସି ପ୍ୟାଲେଟିୟମ-୩ ଜାହଜ ଉପରେ ହୋଇଥିବା ଆକ୍ରମଣ ପାଇଁ କିନ୍ତୁ ଏ ପର୍ଯ୍ୟନ୍ତ ଇରାନ ସମର୍ଥୀତ ହୁତୀ ବିଦ୍ରୋହୀ ନିଜକୁ ଦାୟୀ କରି ନାହାନ୍ତି । ଇସ୍ରାଏଲ-ହମାସ ଯୁଦ୍ଧ ଅବସରରେ ଲାଲ ସାଗରେ ହୂତୀ ବିଦ୍ରୋହୀ ସକ୍ରିୟ ହୋଇ ଉଠିଛନ୍ତି । ବ୍ରିଟେନର ସେନା ୟୁନାଇଟେଡ କିଙ୍ଗଡମ ମ୍ୟାରୀଟାଇମ ଟ୍ରେଂଡ ଅପରେଶନ ପୂର୍ବରୁ ମାଲବାହକ ଜାହଜ ଉପରେ ଆକ୍ରମଣ ହେବା ଆଶଙ୍କା ରହିଛି ବୋଲି ସତର୍କ କରାଇଥିଲେ ।

ଏହି ଆକ୍ରମଣ ଜାହଜର ଏକ ପାଣି ଟାଙ୍କ ଉପରେ ମାଡ ହୋଇଥିଲା । ଗୁରୁବାର ମଧ୍ୟ ଏକ ଜାହଜ ଉପରେ ବାଲେଷ୍ଟିକ ମିସାଇଲ ଆକ୍ରମଣ କରାଯାଇଥିଲା । ହୂତୀ ବିଦ୍ରୋହୀ ଲାଲ ସାଗରରେ ବାରମ୍ବାର ଆକ୍ରମଣ କରି ଇସ୍ରାଏଲ ଓ ଆମେରିକାର ଦୃଷ୍ଟି ହଟେଇବାକୁ ଚାହୁଁଛନ୍ତି ବୋଲି ରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଇରାନ ବିଶେଷ ଭାବେ ଏହି ଷଡଯନ୍ତ୍ର ରଚୁଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.