Latest Odisha News

BREAKING NEWS

ଚମତ୍କାର ରବିବାର, ଗୋଟିଏ ମ୍ୟାଚରେ ଦୁଇଟି ସୁପର ଓଭର; ଜିତିଲା ପଂଜାବ !

ଦୁବାଇ: ରବିବାର ଫଟାଫଟ୍ କ୍ରିକେଟ୍ ଫର୍ମାଟ୍ ଆଇପିଏଲରେ ଦେଖିବାକୁ ମିଳିଥିଲା ସୁପର୍ ସଣ୍ଡେ ଟକ୍କର । ଖାସ୍ କରି ମୁମ୍ବାଇ ଇଣ୍ଡିଆନ୍ସ ବନାମ୍ କିଙ୍ଗସ୍ ଇଲେଭେନ୍ ପଂଜାବ ମ୍ୟାଚକୁ ଦର୍ଶକ ଭରପୁର ଉପଭୋଗ କରିଥିଲେ । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ନୁହେଁ ବରଂ ଦୁଇଟି ସୁପର୍ ଓଭରରେ ନିର୍ଣ୍ଣୟ ହୋଇଥିଲା ବିଜେତା ।

ଉଭୟ ଦଳ ପରସ୍ପରକୁ କଡା ଟକ୍କର ଦେଇଥିଲାବେଳେ ଶେଷରେ ୟୁନିଭର୍ସାଲ ବସ୍ ଗେଲଙ୍କ ଛକ୍କା ଓ ମୟଙ୍କ ଅଗ୍ରୱାଲଙ୍କ କ୍ରମାଗତ ଦୁଇଟି ଚଉକା ବଳରେ ବିଜୟ ହାସଲ କରିଥିଲା କିଙ୍ଗସ୍ ଇଲେଭେନ୍ ପଂଜାବ ।

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୬ ୱିକେଟ୍ ବିନିମୟରେ ହାସଲ କରିଥିଲା ୧୭୬ ରନ୍ । ଜବାବରେ କିଙ୍ଗସ୍ ଇଲେଭନ୍ ପଂଜାବ ବି ସମାନ ସ୍ଥିତିରେ ପହଂଚିବାରୁ ମ୍ୟାଚ ଟାଏ ହୋଇଥିଲା । ଫଳରେ ସୁପର ଓଭରର ସାମ୍ନା କରିଥିଲେ ଦୁଇ ଦଳ ।

ପ୍ରଥମେ ବ୍ୟାଟିଂ କରି ପଂଜାବ ୨ ୱିକେଟ୍ ହରାଇ ମାତ୍ର ୫ ରନ୍ କରିବାରେ ସଫଳ ହୋଇଥିଲା । ପରେ ମୁମ୍ବାଇର ଟାଣୁଆ ଦଳ ମଧ୍ୟ ୧ ୱିକେଟ ହରାଇ ୫ ରନ୍ କରିପାରିଥିଲା । ଫଳରେ ପୁନର୍ବାର ଦୁଇ ଦଳ ସୁପର ଓଭରର ସାମ୍ନା କରିଥିଲେ ।

ଦ୍ୱିତୀୟ ସୁପର ଓଭରରେ ମୁମ୍ବାଇ ଦଳ ପ୍ରଥମେ ବ୍ୟାଟିଂ କରି ୧୧ ରନ୍ କରିଥିଲା । ଜବାବରେ ପଂଜାବ ଦଳର ଗେଲ୍ ପ୍ରଥମ ବଲରେ ଛକ୍କା ମାରି ଦଳର ବିଜୟ ଆଶାକୁ ଉଜ୍ଜିବୀତ କରିଥିଲେ । ପରେ ମୟଙ୍କ ଅଗ୍ରୱାଲ କ୍ରମାଗତ ଦୁଇଟି ଚଉକା ମାରି ଦଳକୁ ବିଜୟୀ କରାଇଥିଲେ ।

ଟି୨୦ କ୍ରିକେଟ୍ ଇତିହାସରେ ପଂଚମ ଥର ପାଇଁ ଗୋଟିଏ ଦିନରେ ଦୁଇଟି ମ୍ୟାଚ ଟାଇ ହୋଇଥିଲା । ପ୍ରଥମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ସୁପର ଓଭରରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା ।

ତେବେ ପୂର୍ବରୁ:
ଫେବ୍ରୁଆରୀ ୧୮, ୨୦୦୯ରେ ୩ଟି ମ୍ୟାଚ
ଅଗଷ୍ଟ୨୭, ୨୦୧୧ରେ ୨ଟି ମ୍ୟାଚ୍‌
ଫେବ୍ରୁଆରୀ ୨୭, ୨୦୧୮ରେ ୨ଟି ମ୍ୟାଚ୍‌
ସେପ୍ଟେମ୍ବର୧୫, ୨୦୧୯ରେ ଦୁଇଟି ମ୍ୟାଚ୍ ଟାଏ ହୋଇଥିଲା ।

Leave A Reply

Your email address will not be published.